ଓଡ଼ିଶା 365 (ବ୍ୟୁରୋ): ୧୧ ଦିନ ହେଲା ଆନ୍ଦୋଳନରେ ଅଛନ୍ତି ରାଜ୍ୟର କନିଷ୍ଟ ଶିକ୍ଷକ। ଫଳରେ ପ୍ରାଥମିକ ସ୍କୁଲରେ ପାଠ ପଢା ପୁରାପୁରି ଠପ୍ ହୋଇଯାଇଛି । ପ୍ରାଥମିକ ଶିକ୍ଷକଙ୍କ ଆନ୍ଦୋଳନ ଯୋଗୁଁ ବନ୍ଦ ରହିଛି ପାଠ ପଢା । ତେବେ ଆଜି ପ୍ରାଥମିକ ଶିକ୍ଷକ ଆନ୍ଦୋଳନ ପ୍ରସଙ୍ଗକୁ ନେଇ ଅପରାହ୍ନରେ ବସିଛି ଆନ୍ତଃମନ୍ତ୍ରୀସ୍ତରୀୟ କମିଟି ବୈଠକ । ସଂଘର କର୍ମକର୍ତ୍ତାଙ୍କୁ ବୈଠକରେ ଯୋଗ ଦେବାକୁ ଆହ୍ୱାନ କରାଯାଇଛି । ଏହା ପରେ କିଛି ନିଷ୍କର୍ସ ବାହାରିବ କି ନାହିଁ ତା ହା ଉପରେ ନଜର ରହିଛି । ସେପଟେ ତିନି ଦଫା ଦାବି ପୂରଣ ଜିଦରେ ଅଟଳ ଶିକ୍ଷକ । ଏହାରି ଭିତରେ ଆନ୍ତଃମନ୍ତ୍ରିସ୍ତରୀୟ ଆଲୋଚନାକୁ ଶିକ୍ଷକ ସଂଘକୁ ଡାକରା ଆସିଛି । ବୈଠକରେ ଯୋଗ ଦେବା ପାଇଁ ଶିକ୍ଷକ ସଂଘକୁ ଡାକରା ଆସିଥିବା ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ଫେଡେରେସନ୍ ମହାସଚିବ ଚାରୁଲତା ମହାପାତ୍ର ସୂଚନା ଦେଇଛନ୍ତି ।
ସେପଟେ ଶିକ୍ଷକ ଆନ୍ଦୋଳନ ପାଇଁ ପାଠ ପଢା ଠପ୍ ହୋଇଯିବାରୁ ଚିନ୍ତାରେ ଅଭିଭାବକ । ସରକାର ଶିକ୍ଷକଙ୍କ ଦାବି ଶୁଣୁ ନଥିବାରୁ ଆଜି ଠାରୁ ସ୍କୁଲ୍ ଆଗରେ ଧାରଣା ଦେବାକୁ ଅଭିଭାବକ ସଂଘ ନିଷ୍ପତ୍ତି ନେଇଛି । ଗତକାଲି ବିଭିନ୍ନ ସ୍ଥାନକୁ ମନ୍ତ୍ରୀ ଓ ବିଧାୟକମାନେ ଯାଇ ଆନ୍ଦୋଳନରତ ଶିକ୍ଷକଙ୍କ ସହ ଆଲୋଚନା କରି କର୍ମକ୍ଷେତ୍ରକୁ ଫେରିବାକୁ ଅନୁରୋଧ କରିଥିଲେ । ମାତ୍ର ଶିକ୍ଷକମାନେ ଦାବି ପୂରଣ ପାଇଁ ଅଡି ବସିଛନ୍ତି ।