ଓଡ଼ିଶା 365 (ବ୍ୟୁରୋ) : ଝାଡଖଣ୍ଡ ମୁଖ୍ୟମନ୍ତ୍ରୀଙ୍କୁ କଡ଼ା ଝଟକା ଦେଲେ ସୁପ୍ରିମକୋଟ । ସୁପ୍ରିମକୋଟ ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହିମନ୍ତ୍ର ସୋରେନ୍ଙ୍କୁ କଡ଼ା ଝଟକା ଦେଇଛନ୍ତି । ମନି ଲଣ୍ଡରିଂ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)ର ସମନ ବିରୋଧରେ ହେମନ୍ତ ସୋରେନ୍ ଏହି ପିଟଶନ ଦାଖଲ କରିଥିଲେ । ସୋମବାର ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍ଙ୍କ ଆବେଦନ ଉପରେ ଶୁଣାଣି କରିବାକୁ ମନା କରି ଦେଇଛନ୍ତି। ଏହା ସହ ହାଇକୋର୍ଟରେ ଆବେଦନ କରିବାକୁ କହିଛନ୍ତି କୋର୍ଟ । ଜଷ୍ଟିସ ଅନିରୁଦ୍ଧ ବୋଷ ଏବଂ ଜଷ୍ଟିସ ବେଲା ଏମ ତ୍ରିବେଦୀଙ୍କ ବେଞ୍ଚ ହେମନ୍ତ ସୋରେନ୍ଙ୍କୁ ହାଇକୋର୍ଟରେ ଆବେଦନ କରିବାକୁ ଅନୁମତି ଦେଇଛନ୍ତି ।
ସୂଚନା ଅନୁସାରେ, ଇଡି ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହିମନ୍ତ୍ର ସୋରେନ୍ଙ୍କୁ ମନି ଲଣ୍ଡରିଂ ମାମଲାରେ ସମନ ଜାରି କରିଥିଲେ । ତେବେ ଏହାକୁ ଚ୍ୟାଲେଞ୍ଜ କରି ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହିମନ୍ତ୍ର ସୋରେନ୍ଙ୍କୁ ସୁପ୍ରିମକୋଟରେ ଆବେଦନ କରିଥିଲେ ।