ଓଡ଼ିଶା 365 (ବ୍ୟୁରୋ) : ସୋମବାରଠାରୁ ସଂସଦର ସ୍ୱତନ୍ତ୍ର ଅଧିବେଶନ ଆରମ୍ଭ ହୋଇଛି । ଲୋକସଭା ବାଚସ୍ପତି ଓମ ବିର୍ଲା ସ୍ୱାଗତ ଭାଷଣ ଦେଇ କାର୍ଯ ଆରମ୍ଭ କରିଛନ୍ତି । ଏହାପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଧନ୍ୟହାଦ ଭାଷଣ ଦେଇ କାର୍ଯ୍ୟକ୍ରମ ପରିଚାଳନା କରିଛନ୍ତି । ଏହି ଅବସରରେ ଲୋକ ସଭା ବାଚସ୍ପତି ଓମ ବିର୍ଲା ସୋସିଆଲ ମିଡିଆ ଏକ୍ସରେ ସଂସଦର ସ୍ୱତନ୍ତ୍ର ଅଧିବେଶନ ବିଷୟର ଗୁରୁତ୍ୱପୂର୍ଣ୍ଣ କଥା କହିଛନ୍ତି। ବାଚସ୍ପତି ଓମ ବିର୍ଲା ଏକ୍ସରେ ଲେଖିଛନ୍ତି, ଲୋକ ସଭାର ୧୩ତମ ଅଧିବେଶନ ଗୁରୁତ୍ୱପୂର୍ଣ୍ଣ ଅଟେ । ଏହି ଅଧିବେଶନରେ, ଆମେ ଗୌରବମୟ ଗଣତାନ୍ତ୍ରିକ ଇତିହାସରୁ ପ୍ରେରଣା ଗ୍ରହଣ କରିବୁ ।
ନୂତନ ସଂସଦ ଗୃହରେ ନୂତନ ଶକ୍ତି ଏବଂ ଆତ୍ମବିଶ୍ୱାସ ସହିତ ଗଣତନ୍ତ୍ରକୁ ଅଧିକ ସମୃଦ୍ଧ କରିବା ପାଇଁ ଏକ ନୂତନ ଯାତ୍ରା ଆରମ୍ଭ କରିବୁ। ୧୪୦ କୋଟି ଦେଶବାସୀଙ୍କ ଅଂଶଗ୍ରହଣ ଏହାକୁ ଅଧିକ ସ୍ବତନ୍ତ୍ର କରିବ ବୋଲି କହିଛନ୍ତି ଲୋକସଭା ବାଚସ୍ପତି ଓମ ବିର୍ଲା ।