ଓଡ଼ିଶା 365 (ବ୍ୟୁରୋ) : ଶରୀର ପାଇଁ ମେଥି ଖୁବ୍ ଉପକାରୀ । ଅନେକ ଲୋକ ମେଥିକୁ କେବଳ ତରକାରୀରେ ଛୁଙ୍କ ଦେବାରେ ବ୍ୟବହାର କରିଥାନ୍ତି । କିନ୍ତୁ ଆପଣମାନେ ଜାଣିଛନ୍ତି କି ମେଥି ପାଣି ବି ଆହୁରୀ ଗୁଣକାରୀ ଏବଂ ଏହା ଅନେକ ରୋଗରୁ ରକ୍ଷା କରିଥାଏ । ଯଦି ଆପଣ ନିୟମିତ ସକାଳୁ ଖାଲି ପେଟରେ ମେଥି ପାଣି ପିଇବା ଆରମ୍ଭ କରିଦେବେ ତେବେ ଆପଣଙ୍କର ପେଟ ସମ୍ବନ୍ଧୀୟ ସମସ୍ତ ସମସ୍ୟା ଦୂର ହୋଇଯିବ । ରାତିରେ ମେଥି ଦାନାକୁ ଏକ ଗ୍ଲାସ ପାଣିରେ ଭିଜାଇ ରଖି ଦିଅନ୍ତୁ । ସକାଳୁ ଉଠି ସେହି ପାଣିକୁ ଛାଣିକି ପିଅନ୍ତୁ । ମେଥିରେ ଆଣ୍ଟି ବ୍ୟାକ୍ଟେରିଆଲ ଗୁଣ ଥାଏ । ସେଥିପାଇଁ ମେଥି ପାଣି ଥଣ୍ଡା କାଶ କିମ୍ବା ଭାଇରାଲ ରକ୍ଷା କରିବାରେ ବହୁତ ସହାୟକ ହୋଇଥାଏ । ଏହି ପାଣି ଶରୀରରେ ଥିବା ହାନିକାରକ ଜୀବାଣୁକୁ ମାରି ସଂକ୍ରମଣ ହେବାରୁ ରକ୍ଷା କରିଥାଏ ।
ମେଥିରେ ଥିବା ଗେଲେକ୍ଟୋମ୍ୟାନନ ନାମକ ଫାଇବର ରକ୍ତରେ ସୁଗାରର ଅବଶୋଷଣକୁ କମ କରିଥାଏ । ଏହାଦ୍ୱାରା ଶରୀରର ବ୍ଲଡ ସୁମଗାର ମାତ୍ରା ନିୟନ୍ତ୍ରଣରେ ରହିଥାଏ । ଯେଉଁ ଲୋକମାନଙ୍କର ଏସିଡିଟି ବା ଗ୍ୟାସ୍ ସମସ୍ୟା ଅଛି ସେମାନଙ୍କ ପାଇଁ ମେଥି ପାଣି ରାମବାଣ ସଦୃଶ କାମ କାରଥାଏ । ନିୟମିତ ଖାଲି ପେଟରେ ଗୋଟେ ଗ୍ଲାସ ମେଥି ପାଣି ପିଇବା ଦ୍ୱାରା ପେଟ ଜଳାପୋଡା ଦୁର ହେବା ସହ ଏସିଡିଟିରୁ ତୁରନ୍ତ ଆରାମ ମିଳିଥାଏ । ଏହି ପାଣିକୁ ନିୟମିତ ସେବନ କରିବା ଦ୍ୱାରା ପଥୁରୀ ସମସ୍ୟାରୁ ଆରାମ ମିଳିଥାଏ । ଦୃତ ଗତିରେ ଓଜନ ହ୍ରାସ କରିବା ପାଇଁ ଏହି ପାଣି ଖୁବ୍ ଲାଭଦାୟକ ହୋଇଥାଏ ।