ଓଡ଼ିଶା 365 (ବ୍ୟୁରୋ) : ଡେଭିସ୍ କପ୍ ବିଜୟ ପରେ ଶେଷ ହୋଇଛି ଭାରତର ଟେନିସ୍ ଷ୍ଟାର ରୋହନ ବୋପନ୍ନାଙ୍କ ଯୁଗ। ସେ ବିଜୟପରେ ତ୍ରିରଙ୍ଗାକୁ ହାତରେ ଧରି ନିଜ ଖୁସିକୁ ଜାହିର କରିଥିଲେ ଏବଂ ଅବସରକୁ ନେଇ ଭାବବିହ୍ୱଳ ହୋଇପଡିଥିଲେ। ୨୧ ବର୍ଷ ଲମ୍ବା କ୍ୟାରିଅରକୁ ଅଲବିଦା କହିଛନ୍ତି ବୋପନ୍ନା । ୪୩ ବର୍ଷିୟ ରୋହନ ଡେଭିସ୍ କପ୍ ଏହି ସଂସ୍କରଣରେ ମରକ୍କୋ ବିପକ୍ଷ ପୁରୁଷ ଡବଲ୍ସ ମୁକାବିଲାରେ ଜିତିବା ପରେ ସେ ସନ୍ନ୍ୟାସ ନେଇଛନ୍ତି। ରୋହନ ଡେଭିସ କପ୍ରେ ନିଜ କ୍ୟାରିୟରରେ ୨୩ ମ୍ୟାଚ୍ରେ ଜିତିଛନ୍ତି, ଯେଉଁଥିରେ ୧୩ ଡବଲ୍ସ ମ୍ୟାଚ୍ ରହିଛି।
ବୋପନ୍ନା ମରକ୍କୋ ବିପକ୍ଷ ଏହି ମୁକାବିଲାରେ ୟୁକୀ ଭାମ୍ବରୀଙ୍କ ସହ ମିଶି ୬-୨, ୬-୧ ସେଟ୍ରେ ମ୍ୟାଚ ଜିତିଥିଲେ। ରୋହନ ବୋପନ୍ନାଙ୍କ ଶେଷ ଡେଭିସ୍ କପ୍କୁ ଦେଖିବା ପାଇଁ ବହୁତ ସଂଖ୍ୟାରେ ତାଙ୍କ ପରିବାର ବର୍ଗ ଓ ବନ୍ଧୁ ସାମିଲ ହୋଇଥିଲେ। ସମସ୍ତେ ଗୋଟିଏ ପ୍ରକାରର ଟି-ସର୍ଟ ପିନ୍ଧିଥିଲେ, ଯେଉଁଥିରେ ବୋପନ୍ନା ଓ ତ୍ରିରଙ୍ଗା ରହିଥିଲା। ମୁକାବିଲା ପରେ ବୋପନ୍ନା କହିଛନ୍ତି ଆଜି ମୋତେ ଏହି ସ୍ଥାନ ଘର ବୋଲି ଅନୁଭବ ହେଉଛି, କାରଣ କେହି ଜଣେ ଏଠାରେ ମୋତେ ସମର୍ଥନ କରୁଛି। ଏହା ମୋପାଇଁ ଭାବନାର ମୁହୂର୍ତ୍ତ, ଏହି ଦିନକୁ ମୁଁ କେବେ ବି ଭୁଲିପାରିବି ନାହିଁ କହିଛନ୍ତି ଭାରତୀୟ ଟେନିସ୍ ଷ୍ଟାର ରୋହନ ବୋପନ୍ନା।