ଓଡ଼ିଶା365(ବ୍ୟୁରୋ): ବିଦ୍ୟୁତ୍ ସଂସ୍ପର୍ଶରେ ଆସି ବେତନଟୀ ବ୍ଲକ ଗଡ଼ଗଡିଆ ଗାଁର ସ୍ବର୍ଗତ ଲୁନ୍ଦ୍ରା ଟୁଡୁଙ୍କ ପୁଅ ଦମନ(୩୫)ର ମୃତ୍ୟୁ ହୋଇଛି। ଦମନଙ୍କ ବିୟୋଗରେ ଗାଁରେ ଶୋକର ଛାୟା ଖେଳିଯାଇଛି। ଦମନ ଘର ବାହାରକୁ ଯାଇଥିବାବେଳେ ଫେରି ଆସି ଘର ସମ୍ମୁଖରେ ଥିବା କବାଟକୁ ଖୋଲୁ ଖୋଲୁ ପୂର୍ବରୁ ସର୍ଟସର୍କିଟ ଯୋଗୁଁ ଚାର୍ଜ ହୋଇଯାଥିବା ସମ୍ମୁଖରେ ଦ୍ୱାର ସଂସ୍ପର୍ଶରେ ଆସି ଯାଇଥିଲେ। ଫଳରେ ଘଟଣାସ୍ଥଳରେ ଗୁରୁତର ହୋଇପଡିଥିଲେ। ପରିବାର ଲୋକ ତାଙ୍କୁ ବେତନଟୀ ଡାକ୍ତରଖାନାକୁ ନେଇଥିବା ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଖବର ପାଇ ବୈଶିଙ୍ଗା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଅପମୃତ୍ୟୁ ମାମଲା ରୁଜୁ କରି ଶବକୁ ବ୍ୟବଚ୍ଛେଦ ପାଇଁ ବାରିପଦା ଡାକ୍ତରଖାନାକୁ ପଠାଇଛି।