ଓଡ଼ିଶା 365 (ବ୍ୟୁରୋ) : ଭାରତ ବିପକ୍ଷ ଦିନିକିଆ ସିରିଜ୍ ପାଇଁ ୧୮ଜଣିଆ ଦଳ ଘୋଷଣା କରିଛି ଅଷ୍ଟ୍ରେଲିଆ। ଦଳକୁ ଫେରିଛନ୍ତି ଅଭିଜ୍ଞ ଖେଳାଳି ଗ୍ଲେନ୍ ମାକ୍ସୱେଲ୍, ଷ୍ଟିଭ୍ ସ୍ମିଥ୍ ଓ ମିଚେଲ ଷ୍ଟାର୍କ। ପ୍ୟାଟ୍ କମିନ୍ସ ଦଳର ଅଧିନାୟକ ହେବେ ବୋଲି ଅଷ୍ଟ୍ରେଲିଆ କ୍ରିକେଟ ପକ୍ଷରୁ ସୂଚନା ଦିଆଯାଇଛି। ଚଳିତ ମାସ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ ଖେଳାଯିବ। ଦକ୍ଷିଣ ଆଫ୍ରିକା ବିରୋଧରେ ମାନର୍ସ ଲାବୁଶାନଙ୍କ ଚମତ୍କାର ପ୍ରଦର୍ଶନ ଯୋଗୁ ତାଙ୍କୁ ଭାରତ ବିପକ୍ଷ ଟିମ୍ରେ ମଧ୍ୟ ଚୟନ କରାଯାଇଛି। ଆଗକୁ ବିଶ୍ୱକପ ଥିବାବେଳେ ଏହି ସିରିଜରେ ଉଭୟ ଦଳ ପରୀକ୍ଷାନିରିକ୍ଷା କରିବାକୁ ସୁଯୋଗ ପାଇବେ।
ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ୩ଟି ଦିନିକିଆ ସିରିଜର ପ୍ରଥମ ମ୍ୟାଚ୍ ୨୨ ସେପ୍ଟେମ୍ବରରେ ମୋହାଲିରେ, ଦ୍ୱିତୀୟ ମ୍ୟାଚ୍ ୨୪ରେ ଇନ୍ଦୋରରେ,ତୃତୀୟ ତଥା ସିରିଜର ଶେଷ ମ୍ୟାଚ୍ ୨୭ରେ ରାଜକୋଟରେ ଖେଳାଯିବ। ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ସିରିଜ୍ ପରେ ବିଶ୍ୱକପ୍ ଖେଳିବ ଟିମ ଇଣ୍ଡିଆ। ବିଶ୍ୱକପରେ ଟିମ୍ ଇଣ୍ଡିଆର ପ୍ରଥମ ମ୍ୟାଚ୍ ଅକ୍ଟୋବର ୮ରେ ଅଷ୍ଟ୍ରେଲିଆ ବିପକ୍ଷରେ ଖେଳିବ ଭାରତ । ଭାରତ ବିପକ୍ଷ ଦିନିକିଆ ସିରିଜ୍ ପାଇଁ ୧୮ଜଣିଆ ଦଳ ଘୋଷଣା କରିଛି ଅଷ୍ଟ୍ରେଲିଆ। ଦଳକୁ ଫେରିଛନ୍ତି ଅଭିଜ୍ଞ ଖେଳାଳି ଗ୍ଲେନ୍ ମାକ୍ସୱେଲ୍, ଷ୍ଟିଭ୍ ସ୍ମିଥ୍ ଓ ମିଚେଲ ଷ୍ଟାର୍କ। ପ୍ୟାଟ୍ କମିନ୍ସ ଦଳର ଅଧିନାୟକ ହେବେ ବୋଲି ଅଷ୍ଟ୍ରେଲିଆ କ୍ରିକେଟ ପକ୍ଷରୁ ସୂଚନା ଦିଆଯାଇଛି ।
ଚଳିତ ମାସ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ ଖେଳାଯିବ। ଦକ୍ଷିଣ ଆଫ୍ରିକା ବିରୋଧରେ ମାନର୍ସ ଲାବୁଶାନଙ୍କ ଚମତ୍କାର ପ୍ରଦର୍ଶନ ଯୋଗୁ ତାଙ୍କୁ ଭାରତ ବିପକ୍ଷ ଟିମ୍ରେ ମଧ୍ୟ ଚୟନ କରାଯାଇଛି। ଆଗକୁ ବିଶ୍ୱକପ ଥିବାବେଳେ ଏହି ସିରିଜରେ ଉଭୟ ଦଳ ପରୀକ୍ଷାନିରିକ୍ଷା କରିବାକୁ ସୁଯୋଗ ପାଇବେ।