ଓଡ଼ିଶା 365 (ବ୍ୟୁରୋ): ଚର୍ଚ୍ଚାରେ ବଲିଉଡ୍ କିଙ୍ଗ୍ ଶାହରୁଖ ଖାନ୍ ।ଇତିହାସ ରଚୁଛି ଫିଲ୍ମ ‘ଜୱାନ’ ।ସାରା ଦେଶରେ ନିଜର ଜଲୱା ଦେଖାଉଛନ୍ତି ଶାହରୁଖ । ଫିଲ୍ମ ‘ଜୱାନ’ ଦେଖିବା ପରେ ପ୍ରଶଂସା ନକରି ରହିପାରୁନାହାନ୍ତି ଦର୍ଶକ । ସମସ୍ତଙ୍କ ମୁହଁରେ ‘ଜୱାନ’ଓ ଶାହରୁଖଙ୍କ ପ୍ରଶଂସା । କେବଳ ଭାରତ ନୁହେଁ ଦେଶ ବିଦେଶରେ ବି ହଇଚଇ ସୃଷ୍ଟି କରୁଛି ‘ଜୱାନ’। ବକ୍ସ ଅଫିସରେ ଧମାଲ୍ କରିବା ସହ ଲୋକଙ୍କ ମନ ଜିଣିବାରେ ଲାଗିପଡିଛି । ପ୍ରଥମ ଦିନରେ ୧୨୯. ୬ କୋଟି ଆୟ କରିବା ଦିନ ଠାରୁ ଏହି ଫିଲ୍ମଟି ପ୍ରତ୍ୟେକ ଦିନ ଗୋଟିଏ ପରେ ଗୋଟିଏ ରେକର୍ଡ ସୃଷ୍ଟି କରି ଚାଲିଛି। ସମସ୍ତ ବ୍ଲକବଷ୍ଟର ଫିଲ୍ମର ରେକର୍ଡ ବ୍ରେକ୍ କରି ଆଗକୁ ମାଡ଼ି ଚାଲିଛି କିଙ୍ଗ୍ ଖାନଙ୍କ ଫିଲ୍ମ ‘ଜୱାନ’ । ରିଲିଜ୍ ହେବାର ଦ୍ୱିତୀୟ ରବିବାରରେ ଏହି ଚଳଚ୍ଚିତ୍ର ଏକ ବିରାଟ କଲେକସନ୍ କରିଥିଲା । ବର୍ତ୍ତମାନ ୮୦୦ କୋଟି ଟଙ୍କା ଅତିକ୍ରମ କରିସାରିିଲାଣି ଫିଲ୍ମ ‘ଜୱାନ’ ।
ଖବର ମୁତାବକ, ‘ଜୱାନ’ ବର୍ତ୍ତମାନ ୮୦୦ କୋଟି ଟଙ୍କା କଲେକ୍ସନ୍ କରିସାରିଥିଲେ ମଧ୍ୟ ସନିଙ୍କ ‘ଗଦର ୨’ର ରେକର୍ଡ ଭାଗିପାରିନାହିଁ । ଶାହାରୁଖ ଖାନ ଏବଂ ନୟନତାରାଙ୍କ ଅଭିନୀତ ‘ଜୱାନ’ ରବିବାର ଦିନ ଘରୋଇ ବକ୍ସ ଅଫିସରେ ୫୦୦ କୋଟି ଟଙ୍କାର କ୍ଲବରେ ପ୍ରବେଶ କରିପାରି ନାହିଁ। ରବିବାର ଏହି ଚଳଚ୍ଚିତ୍ରର ସଂଗ୍ରହ ଥିଲା ୩୫ କୋଟି । ତେଣୁ ଏହି ଚଳଚ୍ଚିତ୍ର ୪୭୫.୭୮ କୋଟି ଟଙ୍କା ରୋଜଗାର କରିଛି । କିନ୍ତୁ ଗୋଟିଏ ଦୃଷ୍ଟିରୁ ଏହା ‘ଗଦର ୨’ ପଛରେ ରହିଛି। ‘ଗଦର ୨’ ଦ୍ୱିତୀୟ ରବିବାରରେ ୩୮.୯ କୋଟି ଟଙ୍କା ସଂଗ୍ରହ କରିଥିଲା। ଯେତେବେଳେ କି ‘ପଠାନ୍’ ୨୮.୫ କୋଟି ଟଙ୍କା ରୋଜଗାର କରିଛି । ଏହାର ଅର୍ଥ ଏହି ଚଳଚ୍ଚିତ୍ର ‘ପଠାନ’ର ରେକର୍ଡ ଭାଙ୍ଗିଥିଲା କିନ୍ତୁ’ ଗଦର ୨ ‘ର ରେକର୍ଡ ଭାଙ୍ଗିପାରିନାହିଁ ।
ଗୋଟିଏ ପଟେ ଶାହାରୁଖଙ୍କ ‘ଜୱାନ’ ଘରୋଇ ବକ୍ସ ଅଫିସରେ ୫୦୦ କୋଟିରୁ କିଛି ଦୂରରେ ଥିବାବେଳେ ଏହା ସାରା ବିଶ୍ଵରେ ୮୦୦ କୋଟି ଟଙ୍କା ଅତିକ୍ରମ କରିଛି। ଏହି ଚଳଚ୍ଚିତ୍ରଟି ୧୦ ଦିନରେ ୭୯୭.୧୦ କୋଟି ଟଙ୍କା ରୋଜଗାର କରିଥିଲା ଏବଂ ଏକାଦଶ ଦିନରେ ୮୦୦ କୋଟି ଟଙ୍କା ଛୁଇଁଛି । ସେପଟେ ଫିଲ୍ମର ନିର୍ଦ୍ଦେଶକ ଏଟଲି କୁମାର କହିଛନ୍ତି ଯେ, ‘ଜୱାନ’ର ବଜେଟ୍ ପୂର୍ବରୁ ୩୦-୪୦ କୋଟି ଟଙ୍କା ଥିଲା। ତା’ପରେ ଆମେ କିଙ୍ଗ ଖାନଙ୍କ ସମର୍ଥନ ପାଇଲୁ ଏବଂ ଆଜି ଆମେ ୩୦୦ କୋଟିରୁ ଅଧିକ ଟଙ୍କା ଆଗରେ ଅଛୁ। ତେଣୁ ମୁଁ ଆଶା କରୁଛି ଯେ, ‘ଜୱାନ’ ସମସ୍ତଙ୍କୁ ପଛରେ ପକାଇ ନୂଆ ରେକର୍ଡ ସୃଷ୍ଟି କରିବ ।