ଓଡ଼ିଶା 365 (ବ୍ୟୁରୋ) : ଦିନକୁ ଦିନ ବୃଦ୍ଧିପାଇବାରେ ଲାଗିଛି ଲିଭର ଖରାପ ହେବାର ସମସ୍ୟା । ହେଲେ ଆପଣ ଜାଣନ୍ତିକି ଲିଭର ଖରାପ ହେବାପୂର୍ବରୁ ଶରୀରରେ କେତେ ଗୁଡ଼ିକ ଲକ୍ଷଣ ଦେଖିବାକୁ ମିଳିଥାଏ । ପାଖାପାଖି ୧୦ ଟି ଲକ୍ଷଣ ଦେଖାଦେଇଥାଏ । ମସ୍ତିଷ୍କ ହୃଦୟ ଏବଂ କିଡ୍ନୀ ଭଳି ଲିଭର ମଧ୍ୟ ଆମ ଶରୀର ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ ଅଟେ । ଯେପରି ଆମେ ଆମର ମସ୍ତିଷ୍କ ହୃଦୟ ଏବଂ କିଡ୍ନୀକୁ ସୁସ୍ଥ ରଖିବା ପାଇଁ ବିଭିନ୍ନ ପ୍ରକାରର ଫଳ ପନିପରିବା ସେବନ କରୁଛେ । ସେହିପରି ଆମ ଲିଭର ପ୍ରତି ଧ୍ୟାନ ଦେବା ଆବଶ୍ୟକ ହୋଇଥାଏ । ଲିଭର ଆମ ପେଟ ଉପରେ ରହିଥାଏ ଓ ଏହା ଆମ ଶରୀରର ବଡ଼ ଅର୍ଗାନ ମଧ୍ୟ ହୋଇଥାଏ । ତେବେ ଶରୀରକୁ ସୁସ୍ଥ ରଖିବାରେ ଲିଭର ସାହାର୍ଯ୍ୟ କରିଥାଏ । ଲିଭର ରୋଗରୁ ଦୂର କରିବାର କାମ ହେଉଛି କି ସିଏ ଆମ ଶରୀରରୁ ବିଷାକ୍ତ ରକ୍ତକୁ ସଫା କରିଥାଏ । ଆମ ଶରୀରକୁ ବିଭିନ୍ନ ପ୍ରକାରର ଖାଦ୍ୟରୁ ପୋଷକ ତତ୍ତ୍ୱ ଯୋଗାଇ ଥାଏ। ଲିଭର ଆମ ହର୍ମନକୁ ସନ୍ତୁଳିତ କରିବାରେ ସାହାର୍ଯ୍ୟ କରିଥାଏ । ସେତିକି ନୁହେଁ ଆମ ଲିଭର ଉପରେ ନିର୍ଭର କରିଥାଏ ।
ଆମ ଶରୀରରେ କେତେ ଭିଟାମିନ ଦରକାର ତାହା ଷ୍ଟର କରିବାର କାର୍ଯ୍ୟ ଆମ ଲିଭର କରିଥାଏ । ଲିଭର ଆମକୁ ୪୦୦ ରୋଗରୁ ଦୂରେଇ ରଖିବାରେ ସାହାର୍ଯ୍ୟ କରିଥାଏ । ଯେତେବେଳେ ଆମକୁ କିଛି ବିଷାକ୍ତ ଖାଦ୍ୟ ସେବନ କରୁଛେ କିମ୍ବା ଅଧିକା ମଦ ସେବନ କରୁଛେ ତାହେଲେ ତାକୁ ମଧ୍ୟ ଲିଭର ଶରୀରରୁ ବାହାର କରିବାରେ ବହୁତ ସାହାର୍ଯ୍ୟ କରିଥାଏ । ଅଧିକା ତେଲିଆ ଜଙ୍କ ଫୁଡ଼ ଅଧିକା ରାଗ ମସଲା ଯୁକ୍ତ ଖାଦ୍ୟ ଖାଇବା ଦ୍ୱାରା ଆମ ଲିଭର ଉପରେ ସେ ବହୁତ ଖରାପ ପ୍ରଭାବ ପକାଇଥାଏ । ଏବଂ ଯଦି ଅଧିକ ମଦ ପିଉଛନ୍ତି ତେବେ ତାହା ମଧ୍ୟ ଲିଭରକୁ ନଷ୍ଟ କରିଦେଇଥାଏ । ଯେହେତୁ ଆମ ଶରୀରର କାର୍ଯ୍ୟ ପ୍ରଣାଳୀ ଆମ ଲିଭର ଉପରେ ନିର୍ଭର କରିଥାଏ । ସେଥିପାଇଁ ଯେତେବେଳେ ଲିଭର ଟିକେ ଖରାପ ହୁଏ ତାହେଲେ ତ ସିଏ ଆମକୁ ବିଭିନ୍ନ ପ୍ରକାରର ଲକ୍ଷଣ ଦେଖାଇଥାଏ । ଯେପରିକି ଆପଣଙ୍କର ବାରମ୍ବାର ଗ୍ୟାସ ଏସିଡିଟି ବଦହଜମି ହେବ ଏବଂ ପେଟ ଜନିତ ସମସ୍ୟା ଲିଭର ଖରାପ ହେବାର ଲକ୍ଷଣ ଦେଖାଇଥାଏ ।
ଆପଣଙ୍କୁ ବାରମ୍ବାର ହିକୁଟି ଆସୁଛି ଯଦି ବହୁତ ଗ୍ୟାସ ହେଉଛି ଆପଣଙ୍କର ବହୁତ ପାଡ ଯାଉଛି କିମ୍ବା ଖାଦ୍ୟ ଆପଣଙ୍କର ଠିକସେ ହଜମ ହେଉନାହିଁ ତେବେ ସେସବୁର ଲକ୍ଷଣ ଆପଣଙ୍କର ଲିଭର ବହୁତ ଖରାପ ହୋଇଗଲାଣି ତୁରନ୍ତ ଯାଇ ଡାକ୍ତରଙ୍କ ସହିତ ପରାମର୍ଶ କରି ଆପଣ ଲିଭର ଚେକପ ଥରେ କରେଇ ନିଅନ୍ତୁ । ଯଦି ଆପଣ ଅଧିକ ହାଲିଆ ହୋଇଯାଉଛନ୍ତି ଏବଂ ଦରକାର ଠାରୁ ଅଧିକ ଦୁର୍ବଳ ଲାଗୁଛି ତାହେଲେ ଏହା ମଧ୍ୟ ଆପଣଙ୍କ ଲିଭର ବହୁତ ଖରାପ ହୋଇଗଲାଣି ଆଉ ଆପଣଙ୍କୁ ଲିଭରର ଟ୍ରିଟମେଣ୍ଟ କରିବାର ସମୟ ଆସିଗଲାଣି । ଆମେ ଅଧିକ ବ୍ୟସ୍ତ ଯୋଗୁ ନିଜର ଖାଦ୍ୟପେୟ ଉପରେ କିମ୍ବା ନିଜର ସ୍ୱାସ୍ଥ୍ୟ ଉପରେ ଅଧିକ ଧ୍ୟାନ ଦେଇନଥାଉ। ଯଦି ଆମେ ନିଜର ସ୍ବାସ୍ଥ୍ୟକୁ ଧ୍ୟାନ ନଦେବା ତାହେଲେ ଆମେ ବିଭିନ୍ନ ପ୍ରକାରର ରୋଗର ଶିକାର ହୋଇଥାଉ।
ଆମକୁ ଅଧିକ ବାନ୍ତି ଲାଗିବା ମୁଣ୍ଡ ବ୍ୟଥା ହେବା ହାଲିଆ ଲାଗିବା ଦୁର୍ବଳ ଲାଗିବା ଏହିସବୁ ଲକ୍ଷଣରୁ ଜାଣିବା ଦରକାର ଯେ ସ୍ୱାସ୍ଥ୍ୟ କହୁଛି ଡାକ୍ତରଙ୍କ ପରାମର୍ଶ କରିବା ।ଅଚାନକ ଓଜନ ବୃଦ୍ଧି ହେଉଯାଉଛି ଆଉ ତାପରେ ଯେତେ ବ୍ୟାୟାମ କରନ୍ତୁ କିଛି ବି କରନ୍ତୁ ହେଲେ ଓଜନ କମୁ ନାହିଁ ତେବେ ଲିଭର ଖରାପ ହେବାର ବହୁତ ବଡ଼ କାରଣ। ଏହା ବ୍ୟତୀତ ଆପଣଙ୍କର କଷ୍ଟକାଠିନ୍ୟ ହେବା ଏହା ମଧ୍ୟ ଲିଭର ଖରାପ ହେବାର କାରଣ ହୋଇଥାଏ । ସେଥିପାଇଁ ଲିଭର ଠିକ ରଖନ୍ତୁ ।