ଓଡ଼ିଶା365(ବ୍ୟୁରୋ): କଟକ ଶିଖରପୁର ଅଞ୍ଚଳରେ ଭାରସାମ୍ୟ ହରାଇ ଓଲଟିଲା ଗ୍ୟାସ ସିଲିଣ୍ଡର ବୋଝେଇ ଟ୍ରକ୍। । ଟ୍ରକ ଓଲଟି ପଡ଼ିବା ପରେ ରାସ୍ତା ଉପରେ ଗ୍ୟାସ ସିଲିଣ୍ଡର ବିଛାଡି ହୋଇପଡ଼ିଥିଲା । ଫଳରେ କିଛି ସମୟ ପାଇଁ ଯାତାୟାତ ପ୍ରଭାବିତ ହୋଇଥିଲା। ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ସିଲିଣ୍ଡରକୁ ରାସ୍ତାରୁ ହଟାଇଛନ୍ତି। ପରେ କ୍ରେନ ସହାୟତାରେ ଓଲଟି ପଡ଼ିଥିବା ଟ୍ରକକୁ ଉଠାଇବା ସହ ରାସ୍ତା ସଫା କରାଯିବ। ଟ୍ରକରେ ଗ୍ୟାସ ଭର୍ତ୍ତି ସିଲିଣ୍ଡର ସହ ଖାଲି ସିଲିଣ୍ଡର ମଧ୍ୟ ରହିଥିଲା । ଦୁର୍ଘଟଣା ପରେ ମଧ୍ୟ କୌଣସି ସିଲିଣ୍ଡର ଲିକ୍ ହୋଇନଥିବା ସୂଚନା ମିଳିଛି।