ଓଡ଼ିଶା 365 (ବ୍ୟୁରୋ): ଚର୍ଚ୍ଚାରେ ପରିଣୀତି ଚୋପ୍ରା ଏବଂ ରାଘବ ଚଢାଙ୍କ ଯୋଡ଼ି । ବଲିଉଡ୍ର ଏହି ଚର୍ଚ୍ଚିତ କପଲଙ୍କୁ ନେଇ ସବୁବେଳେ ଚର୍ଚ୍ଚା ଲାଗିରହିଥାଏ । ଉଭୟେ ୨୪ ସେପ୍ଟେମ୍ବରରେ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି । ଉଦୟପୁରରେ ଏକ ରାଜକୀୟ ଶୈଳୀରେ ବିବାହ କାର୍ଯ୍ୟ ଅନୁଷ୍ଠିତ ହେବାକୁ ଥିବାବେଳେ ଏପଟେ ବିବାହ ପ୍ରସ୍ତୁତି ଜୋରସୋରରେ ଚାଲିଛି। ଅନ୍ୟପଟେ କହିବାକୁ ଗଲେ ଏହି କପଲ ପଞ୍ଜାବୀ ରୀତିନୀତି ଅନୁଯାୟୀ ୨୪ ସେପ୍ଟେମ୍ବରରେ ବିବାହ ବନ୍ଧନରେ ଆବଦ୍ଧ ହେବେ। ଏହି ବିବାହ କାର୍ଯ୍ୟ ୨୩ ସେପ୍ଟେମ୍ବରରୁ ଆରମ୍ଭ ହୋଇ ୨୪ ସେପ୍ଟେମ୍ବର ପର୍ୟ୍ୟନ୍ତ ଚାଲିବ। ୨୪ ସନ୍ଧ୍ୟାରେ ଗ୍ରାଣ୍ଡ ରିସେପ୍ସନ ପାର୍ଟି ଦିଆଯିବ।
ସେପଟେ ବିବାହକୁ ନେଇ ଚର୍ଚ୍ଚା ଲାଗି ରହିଥିବାବେଳେ ଅଭିନେତ୍ରୀ ପରିଣୀତିଙ୍କ ଏକ ସୋସିଆଲ ମିଡ଼ିଆରେ ଖୁବ୍ ଭାଇରାଲ୍ ହେଉଛି । ଏହି ଭିଡିଓରେ ଦେଖିବାକୁ ମିଳିଛି ଯେ, ପରିଣୀତି ବିବାହ ପୂର୍ବରୁ ରାଘବଙ୍କ ନାଁର ଟୋପି ପିନ୍ଧିଥିବା ନଜର ଆସିଛନ୍ତି । ସୂଚନା ଅନୁଯାୟୀ, ବିମାନବନ୍ଦରରେ ଅଭିନେତ୍ରୀଙ୍କୁ ଦେଖିବା ମାତ୍ରେ ତାଙ୍କ କ୍ୟାପ କ୍ୟାମେରାରେ କଏଦ ହୋଇଥିଲା। ଏହି କ୍ୟାପରେ ତାଙ୍କ ଭାବି ସ୍ଵାମୀ ରାଘବଙ୍କ ନାମର ପ୍ରଥମ ଅକ୍ଷର ଲେଖାଯାଇଥିଲା। ଯାହା ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା। ପ୍ରଶଂସକମାନେ ତାଙ୍କର ଏହି ଲୁକକୁ ବହୁତ ପସନ୍ଦ କରିଛନ୍ତି। ଏହାର ଭିଡିଓକୁ ସୋସିଆଲ ମିଡିଆରେ ସେୟାର ହେବା ପରେ ୟୁଜର୍ସମାନେ ବିଭିନ୍ନ କମେଣ୍ଟ ଦେଇ ଏହି ଚର୍ଚ୍ଚିତ କପୁଲଙ୍କୁ ବିବାହ ପାଇଁ ଶୁଭେଚ୍ଛା ଜଣାଇଛନ୍ତି ।