ଓଡ଼ିଶା 365 (ବ୍ୟୁରୋ) : କେନ୍ଦ୍ର ସରକାର ସରକାର ଜମ୍ମୁକଶ୍ମୀରରେ ଥିବା ଉଦ୍ଦମପୁରେରେଳ ଷ୍ଟେସନର ନାମ ବର୍ତ୍ତମାନ ପରିବର୍ତ୍ତନ କରିଛନ୍ତି । ବର୍ତ୍ତମାନ ଏହି ଷ୍ଟେସନର ନାମ ସହିଦ କ୍ୟାପଟେନ ତୁଷାର ମହାଜନଙ୍କ ନାମରେ ନାମିତ ହୋଇଛନ୍ତି । ୨୦୧୬ ମସିହାରେ ପୁଲୱାମାରେ ଆତଙ୍କବାଦୀଙ୍କ ବିରୋଧରେ ହୋଇଥିବା ଅପରେସନରେ କ୍ୟାପଟେନ ତୁଷାର ମହାଜନ ସହିଦ ହୋଇଥିଲେ । ତାଙ୍କ ତ୍ୟାଗ ଓ ବଳିଦାନ ପାଇଁ ଦେଶ ଗର୍ବିତ ହୋଇଥିଲା । ଦେଶ ପ୍ରତି ଥିବା ତାଙ୍କ ସମ୍ମାନ ଓ ବଳିଦାନକୁ ମନେ ପକାଇବା ସହ ତାଙ୍କ ସ୍ମରଣ କରିବା ପାଇଁ ସରକାର ଏହି ପଦକ୍ଷେପ ନେଇଛନ୍ତି । ଅବସରରେ ତୁଷାରଙ୍କ ପିତାମାତା କହିଛନ୍ତି ଯେ, ଯଦିଓ ତାଙ୍କ ପୁଅ ସହୀଦ ହୋଇଛନ୍ତି ତଥାପି ସେ ତାଙ୍କ ପାଖରେ ସବୁବେଳେ ଅଛନ୍ତି ବୋଲି କହିଛନ୍ତି । ଷ୍ଟେସନର ନାମ ପରିବର୍ତ୍ତନ ହେବା ପରେ ତୁଷାରଙ୍କ ପିତାମାତା କହିଛନ୍ତି , ଏଥିରୁ ଜଣାପଡୁଛି ଯେ ସମଗ୍ର ଦେଶ ସେମାନଙ୍କ ସହ ଛିଡା ହୋଇଛନ୍ତି। କେନ୍ଦ୍ର ସରକାର ଜମ୍ମୁକଶ୍ମୀର ସରକାରଙ୍କ ସୁପାରିଶ କ୍ରମେ ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି | ମିଳିଥିବା ସୂଚନା ମୁତାବକ ୨୦୧୬ ମସିହାରେ ପୁଲୱାମା ଜିଲ୍ଲାର ଇଡିଆଇ ବିଲ୍ଡିଂରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ସହିଦ ହୋଇଥିବା ଉଦମପୁରର ବାସିନ୍ଦା କ୍ୟାପଟେନ ତୁଷାର ମହାଜନ ଭାରତୀୟ ସେନାର ପାରା କମାଣ୍ଡୋ ଥିଲେ। ଏହି ଅପରେସନରେ କ୍ୟାପଟେନ ତୁଷାର ମହାଜନଙ୍କ ଗୁଳିରେ ଜଣେ ଆତଙ୍କବାଦୀ ନିହତ ହୋଇଥିଲା ।