ଓଡ଼ିଶା 365 (ବ୍ୟୁରୋ) : କନ୍ଦରପୁର ଡକାୟ ଘଟଣାର ପର୍ଦ୍ଦଫାଶ । ଏହି ମାମଲା ଡକାୟତ ଗ୍ୟାଙ୍ଗର ମୁଖ୍ୟ ଅଭିଯୁକ୍ତ ମନୋଜ ମହାରଣାକୁ ଦୁଇ ଦିନ ତଳେ ପୋଲିସ ଏନ୍କାଉଣ୍ଟର୍ କରିଥିବା ବେଳେ । ଏବେ ଏହ କୁଖ୍ୟାତ ଗ୍ୟାଙ୍ଗର ଅନ୍ୟ 6 ଜଣ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସଫଳ ହୋଇଛି ପୋଲିସ । ଗତ 6 ତାରିଖ ଦିନ କନ୍ଦରପୁର ମତଗଜପୁର ଅଞ୍ଚଳର ସୁନା ବ୍ୟବସାୟୀ ବିକାଶ ପାତ୍ରଙ୍କୁ ଗୁଳି ଚଳାଇ ଏହି ଗ୍ୟାଙ୍ଗ ଲୁଟ କରିଥିଲା । ବିକାଶଙ୍କଠାରୁ ପ୍ରାୟ 5 ଲକ୍ଷ ଟଙ୍କା ମୂଲ୍ୟର ଅଳଙ୍କାର ଓ 25 ହଜାର ଟଙ୍କା ନଗଦ ଲୁଟ ହୋଇଥିବା ଅଭିଯୋଗ ହୋଇଥିଲା ।କଟକ ଡିସିପି ପିନାକ ମିଶ୍ର କହିଛନ୍ତି, “କନ୍ଦରପୁର ଡକାୟତି ମାମଲାରେ 6 ଜଣଙ୍କୁ ଗିରଫ କରାଯାଇଛି । ସେମାନଙ୍କ ନିକଟରୁ ଦୁଇଟି ସୁନା ଚୁଡ଼ି, କିଛି ରୂପା ଅଳଙ୍କାର ଓ 3ଟି ରାଉଣ୍ଡ ଗୁଳି ଜବତ ହୋଇଛି ।
ମଙ୍ଗୁ ଏକ ଗ୍ୟାଙ୍ଗ ତିଆରି କରି ଅପରାଧୀକ କାର୍ଯ୍ୟକଳାପ କରିବା ପାଇଁ ଯୋଜନା ପ୍ରସ୍ତୁତ କରେ । ଗ୍ୟାଙ୍ଗର ଅନ୍ୟ ସଦସ୍ୟ ତାର ଯୋଜନା ଅନୁଯାୟୀ କାର୍ଯ୍ୟ କରନ୍ତି । ଏହି ସମୟରେ 3ଟି ଦୁଇ ଚକିଆ ଯାନରେ ଆସିଥିବା 6 ଜଣ ଦୁବୃର୍ତ୍ତ ତାଙ୍କୁ ପିଛା କରିଥିଲେ । ଡକାୟତ ମତ୍ତଗଜପୁର ରେଳଫାଟକ ପାର ହେବା ପରେ ବିକାଶ ଚଳାଉଥିବା ଗାଡ଼ିକୁ ପଛପଟୁ ଧକ୍କା ଦେଇଥିଲେ । ଏହାପରେ ବିକାଶ ତଳେ ପଡ଼ିଯିବାରୁ ତାଙ୍କୁ ମାଡ଼ ମାରିବା ସହ ବାଇକ ଡିକି ଭାଙ୍ଗି ସେଥିରେ ଥିବା 31 ଗ୍ରାମର ସୁନା ଓ 1800 ଗ୍ରାମର ରୂପା ଅଳଙ୍କାର ସହ ନଗଦ 25 ହଜାର ଟଙ୍କା ଲୁଟ କରି ନେଇଥିଲେ । ବିକାଶ ଏହାର ପ୍ରତିବାଦ କରିବାରୁ ତାଙ୍କ ଆଡକୁ ଲକ୍ଷ କରି ଦୁବୃର୍ତ୍ତମାନେ 4 ରାଉଣ୍ଡ ଗୁଳି ଚାଳନା କରି ଫେରାର ହୋଇଯାଇଥିଲେ ।