ଓଡ଼ିଶା 365 (ବ୍ୟୁରୋ) : ଉତ୍ତରପ୍ରଦେଶରେ ମହିଳାମାନଙ୍କୁ ହଇରାଣ କରୁଥିବା ଅପରାଧୀଙ୍କୁ କଡ଼ା ଚେତାବନି ଦେଇଛନ୍ତି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କହିଛନ୍ତି, ଯଦି ଅପରାଧୀ ରାଜ୍ୟରେ ମହିଳା ମାନଙ୍କୁ ହଇରାଣ କରନ୍ତି, ତେବେ ସେମାନଙ୍କୁ ‘ଯମରାଜ’ ଅପେକ୍ଷା କରିଥିବେ । ଏକ କାର୍ଯକ୍ରମରେ ଯୋଗଦେଇ ଏଭଳି କହିଛନ୍ତି ଯୋଗୀ ଆଦିତ୍ୟନାଥ କହିଛନ୍ତି । ସୂଚନା ଅନୁସାରେ, ଆମ୍ବେଦକର ନଗରରେ ଦୁଇଜଣ ବାଇକ୍ ଆରୋହୀ ସାଇକେଲ୍ ଚଢ଼ି ଯାଉଥିବା ଜଣେ ୧୭ ବର୍ଷୀୟ ବାଳିକାର ଓଢ଼ଣି ଟାଣିଥିଲେ । ଫଳରେ ବାଳିକା ଜଣଙ୍କ ତଳେ ପଡ଼ିଯାଇଥିଲେ।
ଏହି ସମୟରେ ବାଇକ ଆରୋହୀଙ୍କ ସହିତ ଥିବା ଆଉ ଜଣେ ଲୋକ ତଳେ ପଡ଼ିଥିବା ଝିଅ ଉପରେ ବାଇକ୍ ଚଢ଼ାଇ ଦେଇଥିଲା । ଏହାପରେ ଝିଅଟିର ମୃତ୍ୟୁ ଘଟିଥିଲା ବୋଲି ସୂଚନା ରହିଛି। ହି ଘଟଣା ପ୍ରତି ଉଦ୍ଦେଶ୍ୟ କରି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଜନସାଧାରଣଙ୍କୁ ସତର୍କ କରାଇ ଦେଇଛନ୍ତି। ଏହାସହ ରାଜ୍ୟରେ କେହି ଯଦି ମହିଳାଙ୍କୁ ବିବ୍ରତ ବା ହଇରାଣ କରିବା ଭଳି ଅପରାଧ କରନ୍ତି, ତେବେ ମୃତ୍ୟୁ ଦେବତା ‘ଯମରାଜ’ ତାଙ୍କ ବାଟ ଚାହିଁ ବସିବେ। ଆଇନଶୃଙ୍ଖଳା ବଜାୟ ରଖିବା ପାଇଁ କଠୋର ଆଇନଗତ ବ୍ୟବସ୍ଥାର ଗୁରତ୍ବ ଉପରେ ଗୁରୁତ୍ବାରୋପ କରିବା ସହିତ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଦୃଢ଼ତାର ସହିତ କହିଲେ ଯେ, ବିଚାର ବ୍ୟବସ୍ଥାରେ ବିଭ୍ରାଟ ସୃଷ୍ଟି କରିବା ପାଇଁ କାହାରିକୁ ଆଇନର ଦୁରୁପଯୋଗ କରାଇ ଦିଆଯିବ ନାହିଁ ବୋଲି ମଧ୍ୟ କହିଛନ୍ତି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ।