ଓଡ଼ିଶା 365 (ବ୍ୟୁରୋ): ଚର୍ଚ୍ଚାରେ ସାହିଦ କପୁର ଏବଂ କରୀନା କପୁରଙ୍କ ଯୋଡ଼ି । ଦୀର୍ଘ ୧୬ ବର୍ଷ ପରେ ପୁଣି ଜମିବ ସାହିଦ-କରୀନାଙ୍କ କେମେଷ୍ଟ୍ରି । ୨୦୦୭ରେ ମୁକ୍ତିଲାଭ କରିଥିବା ଏହି ରୋମାଣ୍ଟିକ୍-କମେଡି ଫିଲ୍ମ ଏକ ବ୍ଲକବଷ୍ଟର ଥିଲା । ପ୍ରଶଂସକମାନେ ଏହି ଚଳଚ୍ଚିତ୍ରର ସିକ୍ୱେଲ୍ ଦାବି କରିଥିଲେ। ଶେଷରେ ପ୍ରଶଂସକଙ୍କ ଏହି ଇଚ୍ଛା ପୂରଣ ହୋଇଛି। ଏକ ରିପୋର୍ଟ ଅନୁଯାୟୀ, ‘ଜବ୍ ୱି ମେଟ୍’ର ସିକ୍ୱେଲ୍ ପାଇଁ ପ୍ରସ୍ତୁତି ଚାଲିଛି।ଏକ ରିପୋର୍ଟ ଅନୁଯାୟୀ, ‘ଜବ ୱି ମେଟ’ର ସିକ୍ୱେଲ ଗାନ୍ଧର ଫିଲ୍ମ ବ୍ୟାନରରେ ରାଜ ମେହେତାଙ୍କ ଦ୍ଵାରା ନିର୍ମିତ ହେବ। ତେବେ ନିର୍ମାତାମାନେ ‘ଜବ୍ ୱି ମେଟ୍ ୨’ ବିଷୟରେ ଏପର୍ୟ୍ୟନ୍ତ କୌଣସି ସୂଚନା ଦେଇ ନାହାନ୍ତି। ‘ଜବ ୱି ମେଟ ୨’ର ଖବର ସହିତ ଫିଲ୍ମର ଷ୍ଟାର କାଷ୍ଟ କରୀନା କପୁର ଖାନ ଏବଂ ସାହିଦ କପୁରଙ୍କୁ ପୁଣିଥରେ ଏକାଠି ଏହି ଫିଲ୍ମରେ ଦେଖିବାକୁ ମିଳିବ କି ନାଇ ତାହା ମଧ୍ୟ ଏପର୍ଯ୍ୟନ୍ତ ସ୍ଥିର ହୋଇନାହିଁ ।
ଖବର ଅନୁଯାୟୀ, ଭାଲେଣ୍ଟାଇନ୍ସ ଡେ’ରେ ଅଭିନେତାଙ୍କ ଜଣେ ପ୍ରଶଂସକ ତାଙ୍କୁ ଇମତିଆଜ ଅଲିଙ୍କ ସହ ବାରମ୍ବାର ବାର୍ତ୍ତାଳାପ ବିଷୟରେ ପଚାରିଥିଲେ। ଏହା ଉପରେ ସହିଦ କପୁର କହିଥିଲେ, ‘ସ୍ମାର୍ଟ ବଏ’। ଜବ୍ ୱି ମେଟ୍ କିଛି ଦିନ ପୂର୍ବରୁ ପ୍ରେକ୍ଷାଳୟରେ ପୁଣି ଥରେ ମୁକ୍ତିଲାଭ କରିଥିଲା। ତେବେ ସେହି ସମୟରେ ସାହିଦ କପୁରଙ୍କୁ ପଚରାଯାଇଥିଲା ଯେ ସେ ଏହି ଆଇକନିକ ଫିଲ୍ମର ସିକ୍ୱେଲରେ ଏକ ଭୂମିକା ଗ୍ରହଣ କରିବାକୁ ଚାହୁଁଛନ୍ତି କି? ଏହାର ଉତ୍ତରରେ ଶାହିଦ କହିଛନ୍ତି ଯେ ଏହା ମୁଖ୍ୟତଃ ସ୍କ୍ରିପ୍ଟ ଉପରେ ନିର୍ଭର କରେ। ସେ କହିଛନ୍ତି ଯେ ଯଦି ସ୍କ୍ରିପ୍ଟଟି ମୂଳ ଭର୍ସନ ସହିତ ସହଜରେ ମେଳ ହୋଇପାରେ, ତେବେ ସେ ନିଶ୍ଚିତ ଭାବରେ ଆଗକୁ ଆସିବେ ।
କେବଳ ଏତିକି ନୁହେଁ, ସାହିଦ ମଧ୍ୟ ତାଙ୍କ ‘ଜବ ୱି ମେଟ’ କୋ-ଷ୍ଟାର କରୀନାଙ୍କୁ ପ୍ରଶଂସା କରିଥିଲେ । କହିଥିଲେ ଯେ ତାଙ୍କ ବ୍ୟତୀତ ଅନ୍ୟ କେହି ସେହି ଭୂମିକାରେ ଅଭିନୟ କରିପାରିବେ ନାହିଁ । ତେବେ ସାହିଦଙ୍କ ମୁହଁରୁ ଏପରି କଥା ଶୁଣିବା ପରେ ଲାଗୁଛି ଯେ, ‘ଜବ ୱି ମେଟ-୨’ରେ ଏହି ଯୋଡ଼ିଙ୍କୁ ପୁଣିଥରେ ଦେଖିବାକୁ ମିଳିବ ।