ଓଡ଼ିଶା 365 (ବ୍ୟୁରୋ): ବିରୋଧୀ ମେଣ୍ଟ ୧୪ ଜଣ ସାମ୍ବାଦିକଙ୍କ କାର୍ୟ୍ୟକ୍ରମକୁ ବିରୋଧ କରିଛି । ଯାହାକୁ ନେଇ ଚାଲିଛି ଏବେ ଜୋରଦାର ଚର୍ଚ୍ଚା । ସାଧାରଣ ନିର୍ବାଚନ ପାଖେଇ ଆସୁଥିବା ବେଳେ ବିରୋଧୀ ମେଣ୍ଟକୁ ନେଇ ଘନ ଘନ ପ୍ରଶ୍ନ କରୁଥିବା ସାମ୍ବାଦିକଙ୍କୁ ବ୍ୟାନ କରିଛି ମେଣ୍ଟ । ନିଜକୁ ସୁହାଇବା ଭଳି ପ୍ରଶ୍ନ ଚାହୁଁଛି ବିରୋଧୀ ମହାମେଣ୍ଟ । ସେଭଳି ପ୍ରଶ୍ନ କରୁଥିବା ସାମ୍ବାଦିକଙ୍କୁ ପ୍ରଶଂସା କରୁଛି । ବିଶେଷ କରି ଏହି ସାମ୍ବାଦିକମାନେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସରକାରକୁ ପ୍ରଶଂସା କରୁଥିବା ଅଭିଯୋଗ କରୁଛନ୍ତି ବିରୋଧୀ ମେଣ୍ଟ। ମୋଦିଙ୍କ ପ୍ରଶଂସା ଯାହା କି ବିରୋଧି ମେଣ୍ଟ ଆଇ.ଏନ.ଡି.ଆଇ.ମେଣ୍ଟ ପାଇଁ ପାଲଟିଛି ଚିନ୍ତାର କାରଣ ।ମୋଦି ସରକାରଙ୍କ ଦ୍ୱିତୀୟ ପାଳିରେ ଭାରତ ବିଶ୍ୱର ପଞ୍ଚମ ସର୍ବବୃହତ ଅର୍ଥନୀତି ଦେଶ ଭାବେ ପରିଗଣିତ ହେଉଛି। ଜି-୨୦ ମାଧ୍ୟମରେ ବିଶ୍ୱନେତା ଏକାଠି କରିବାରେ ଭାରତ ହୋଇଛି ସଫଳ ।
ପ୍ରାଧାନମନ୍ତ୍ରୀ ମୋଦିଙ୍କ କାର୍ୟ୍ୟଦକ୍ଷତା, ନେତୃତ୍ୱକୁ ସାରା ବିଶ୍ୱ ପ୍ରଶଂସା କରିଛି। ଭାରତବର୍ଷରେ ଆଗଧାଡିର ନ୍ୟୁଜ୍ ଚେନାଲରେ ଏସବୁର ବହୁଳ ପ୍ରଚାର ପ୍ରସାର ହେଉଛି । ମୋଦିଙ୍କ କାର୍ୟ୍ୟଦକ୍ଷତା, ମୋଦିଙ୍କ ବିଦେଶ ନୀତି, ମୋଦିଙ୍କ ଯୋଜନାକୁ ଅନେକ ଉପସ୍ଥାପକ ବିଭିନ୍ନ ସୋ ମାଧ୍ୟମରେ ଉପସ୍ଥାପନା କରିବାକୁ ନେଇ ବିରୋଧୀ ଖପ୍ପା ଅଛନ୍ତି । ଯାହା ଫଳରେ ମୋଦିଙ୍କ ସପକ୍ଷରେ କହୁଥିବା ୧୪ ଟିଭି ଆଙ୍କରଙ୍କ କାର୍ୟ୍ୟକ୍ରମକୁ ବୟକଟ୍ କରିଛି ବିରୋଧି ମହାମେଣ୍ଟର ପ୍ରଥମ ସମନ୍ୱୟ କମିଟି । ଆପ୍ ଏହାର ଅଫିସିଆଲ ସୋସିଆଲ ମିଡିଆ ଆକାଉଣ୍ଟରେ ୯ ପ୍ରମୁଖ ଟିଭି ନ୍ୟୁଜ୍ ଚ୍ୟାନେଲର ୧୪ ନିଉଜ ଆଙ୍କରମାନଙ୍କ ତାଲିକା ଜାରି କରିଛି ।
ବୟକଟ ହୋଇଥିବା ସାମ୍ବାଦିକମାନ ମାନେ ହେଉଛନ୍ତି ଅଦିତି ତ୍ୟାଗୀ, ଅମନ ଚୋପ୍ରା, ଅମିଶ ଦେବଗନ, ଆନନ୍ଦ ନରସିହ୍ମା, ଅର୍ଣ୍ଣବ ଗୋସ୍ଵାମୀ, ଅଶୋକ ଶ୍ରୀବାସ୍ତବ, ଚିତ୍ରା ତ୍ରିପାଠୀ, ଗୌରଭ ସାଓ୍ଵନ୍ତ, ନିଭିକା କୁମାର, ପ୍ରାଚୀ ପରାସର, ରୁବିକା ଲିଆକତ, ଶିବ ଆରୁର, ସୁଧୀର ଚୌଧୁରୀ ଏବଂ ସୁଶାନ୍ତ ସିହ୍ନା ପ୍ରମୁଖ।ଏନେଇ କଂଗ୍ରେସ ମୁଖପାତ୍ର ପୱନ ଖେଡା ନିଷ୍ପତ୍ତିକୁ ସ୍ବାଗତ କରିଛନ୍ତି । ତେବେ ବିଜେପି ଏହାକୁ ନେଇ ବିରୋଧୀ ମେଣ୍ଟକୁ ଘେରିଛି । ମେଣ୍ଟର ଏହି ନିଷ୍ପର୍ତ୍ତିକୁ ବିଜେପି ଇମର୍ଜେନ୍ସି ସମୟ ସହ ତୁଳନା କରିଛି । କେନ୍ଦ୍ରମନ୍ତ୍ରୀ ହରଦୀପ ପୁରୀ କହିଛନ୍ତି ୧୯୭୫ରେ ଦେଶରେ ଜରୁରୀ ପରିସ୍ଥିତି ଜାରି ହେବା ସମୟରେ ବି ବ୍ୟକ୍ତି ସ୍ୱାଧୀନତା ଉପରେ ଏଭଳି ଅଙ୍କୁଶ ଲାଗିନଥିଲା। ଯାହା ଆଜିର ଦିନରେ ଦେଖିବାକୁ ମିଳିଛି ।