ଓଡ଼ିଶା 365 (ବ୍ୟୁରୋ) : ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ କଡ଼ା ସମାଲୋଚନା କରିଛନ୍ତି ବିରୋଧୀଦଳ ନେତା ଶୁଭେନ୍ଦୁ ଅଧିକାରୀ କହିଛନ୍ତି । ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏକ ବିଜନେସ ଟ୍ରିପରେ ସ୍ପେନ ଗସ୍ତରେ ଯାଇ ଛୁଟି ମନାଉଛନ୍ତି । ସେ ପଣ୍ଚିମବଙ୍ଗର ଲୋକଙ୍କୁ ବୋକା ବନାଉଛନ୍ତି ବୋଲି କହିଛନ୍ତି ବିରୋଧୀଦଳ ନେତା ଶୁଭେନ୍ଦୁ ଅଧିକାରୀ । ଏହା ସହ ‘ସ୍ପେନିସ ଭ୍ୟାକେଶନ’ ବୋଲି କହି ଟାର୍ଗେଟ କରିଛନ୍ତି । ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଶୁଭେନ୍ଦୁ ଅଧିକାରୀ କହିଛନ୍ତି, କୌଣସି ସରକାରୀ କାମ ଅବା ବିଜନେସ ମିଟିଂ ନାହିଁ, ହେଲେ ଏକ ପ୍ରେସ ବିଜ୍ଞପ୍ତି ଜାରି କରାଯାଇ ପଶ୍ଚିମବଙ୍ଗରେ ବୋକା ବନାଯାଉଛି । ସୂଚନାଯୋଗ୍ୟ, ପୂର୍ବତନ ସାମ୍ବାଦିକ ତଥା ଟିଏମସି ମୁଖପାତ୍ର କୁନାଲ ଘୋଷ ମଧ୍ୟ ୩ ଦିନିଆ ସ୍ପେନ ଗସ୍ତ ସମୟରେ ମୁଖ୍ୟମନ୍ତ୍ରୀ ମମତାଙ୍କ ସହ ଅଛନ୍ତି। ବିରୋଧୀଦଳ ନେତା ଶୁଭେନ୍ଦୁ ଅଧିକାରୀ ମମତା ବାନାର୍ଜୀଙ୍କୁ ସମାଲୋଚନା କରିବା ଘଟଣା ପଶ୍ଚିମବଙ୍ଗ ରାଜନୀତିରେ ଚର୍ଚ୍ଚାର ବିଷୟ ପାଲଟିଛି ।