ଓଡ଼ିଶା 365 (ବ୍ୟୁରୋ): କଟକରେ ମୁଖ୍ୟମନ୍ତ୍ରୀଙ୍କୁ କଳାପତାକା ଦେଖାଇଲେ ବିଜେପି, ହିନ୍ଦୁସେନା କର୍ମୀ। ଆଜି ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଟକ ଖାନନଗରସ୍ଥିତ ନେତାଜୀ ବସ୍ ଟର୍ମିନାଲ ଲୋକାର୍ପଣ କରିବାକୁ ଯାଉଥିବା ବେଳେ ବିଜେପି ଯୁବ ମୋର୍ଚ୍ଚା ଓ ହିନ୍ଦୁ ସେନା ପକ୍ଷରୁ ତାଙ୍କୁ ବିରୋଧ ପ୍ରଦର୍ଶନ କରାଯାଇଛି। ଏହା ସହ ତାଙ୍କୁ କଳାପତାକା ପ୍ରଦର୍ଶନ କରିଛନ୍ତି। ଉଭୟ ମୋର୍ଚ୍ଚାର କର୍ମକର୍ତ୍ତାମାନେ ମୁଖ୍ୟମନ୍ତ୍ରୀ ଗୋ ବ୍ୟାକ ନାରା ଦେଇଥିଲେ ନାରା ଦେଇଥିଲେ। ଏହି ପ୍ରତିବାଦ ସମୟରେ ବିଜେପିର ଶତାଧିକ କର୍ମୀ ଉପସ୍ଥିତ ଥିଲେ।
ଆନ୍ଦୋଳନକାରୀଙ୍କ କହିବା ଅନୁସାରେ କଟକ ପ୍ରତି ରାଜ୍ୟ ସରକାର ଅଣଦେଖା କରିଛନ୍ତି। ସ୍ଥାନୀୟ ଯୁବକଯୁବତୀଙ୍କୁ ନିଯୁକ୍ତି ମିଳିପାରୁ ନାହିଁ। ତାମିଲ ଠିକାଦାରଙ୍କ ପ୍ରତି ପ୍ରିୟାପ୍ରୀତି ତୋଷଣ ଓ ତମାମ ଅଧାପନ୍ତରିଆ ପ୍ରକଳ୍ପକୁ ଉଦ୍ଘାଟନ କରିବା ଉଦେଶ୍ୟରେ ବିରୋଧ କରିଛି ଭାରତୀୟ ଜନତା ପାର୍ଟି। ଆନ୍ଦୋଳନକାରୀଙ୍କ ସହ ପୁଲିସର ଧସ୍ତାଧସ୍ତି ହୋଇଥିଲା। ଏଥିରେ ପୁଲିସ ଆନ୍ଦୋଳନକାରୀଙ୍କୁ ଉଠାଇ ନେଇଛି।