ଓଡ଼ିଶା 365 (ବ୍ୟୁରୋ) : ଲିବ୍ୟାର ଡର୍ନା ସହରରେ ଡ୍ୟାମ ଭାଙ୍ଗିବା କାରଣରୁ ଭୟଙ୍କର ପରିସ୍ଥିତି ସୃଷ୍ଟି ହୋଇଛି । ସମ୍ପୂର୍ଣ୍ଣ ଡର୍ନା ସହରରେ ଜଳ ମଗ୍ନ ହୋଇଯାଇଛି । ଘର ଦ୍ୱାର, ରାସ୍ତା ଘାଟ ସବୁଆଡେ ପାଣି ଭର୍ତ୍ତି ହୋଇ ରହିଛି । ଘର ଗୁଡିକ କାଦୁଅ ପାଣିରେ ପରିପୂର୍ଣ୍ଣ ହୋଇଛି । ପାଖାପାଖି ୪୦ ହଜାର ଲୋକଙ୍କ ଜୀବନ ହାନି ହୋଇଥିବା ଆଶଙ୍କା କରାଯାଉଛି । ଜଳପ୍ରଳୟ ଏତେ ଭୟଙ୍କର ହୋଇଛି ଯେ ବଡ଼ ବଡ଼ ଅଟ୍ଟାଳିକା ଗୁଡିକ ମଧ୍ୟ ଭୂଷୁଡି ପଡ଼ିଛି । ଭାଙ୍ଗି ଯାଇଥିବା ଡ୍ୟାମର ନିର୍ମାଣ ୧୯୭୦ ମସିହାରେ କରାଯାଇଥିଲା ।
ପ୍ରଥମ ଡ୍ୟାମର ଉଚ୍ଚତା ୭୫ ମିନିଟ ଉଚ୍ଚତା ବିଶିଷ୍ଟ ଥିଲା । ଏଥିରେ ମୋଟ ୧ କୋଟି ୮୦ ଲକ୍ଷ କ୍ୟୁବିକ ମିଟର ପାଣି ଆସୁଥିଲା । ଏହା ସହ ଆଉ ଏକ ଡ୍ୟାମ ମଧ୍ୟ ନିର୍ମାଣ କରାଯାଇଥିଲା । ଏହାର ଉଚ୍ଚତା ୪୫ ମିଟର ଉଚ୍ଚତା ବିଶିଷ୍ଟ ଥିଲା । ଏହାର ଜଣ ଧାରଣ କ୍ଷମତା ୧୫ ଲକ୍ଷ କ୍ୟୁବିକ ମିଟର ଥିଲା । ଉଭୟ ଡ୍ୟାମରେ ପ୍ରାଣ ୨ କୋଟି ଟନ ପାଣି ଥିଲା । ଏବଂ ଏହି ଡ୍ୟାମ ତଳେ ଡର୍ନା ସହର ଥିଲା । ଅନେକ ଦିନରୁ ଡ୍ୟାମର ରକ୍ଷଣା ବ୍ୟକ୍ଷଣ କରାଯାଉନଥିଲା । ସେପଟେ ପ୍ରବଳ ବର୍ଷା ହେବା ଯୋଗୁଁ ଡ୍ୟାମ ପାଣି ଆହୁରି ଭର୍ତ୍ତି ହୋଇଥିଲା । ଅଧିକ ଜଳ ପ୍ରବେଶ ଏବଂ ମରାମତି ନହେବାରୁ ଡ୍ୟାମ ଟି ଭାଙ୍ଗି ପଡ଼ିଛି ।