ଓଡ଼ିଶା 365 (ବ୍ୟୁରୋ): ପାଖେଇ ଆସୁଛି ପାର୍ବଣ ଋତୁ। ସେନେଇ ଏବେଠୁ ଚଳଚଞ୍ଚଲ ହୋଇ ଉଠିଲାଣି ଦୈତ୍ୟନଗରୀ। ତେବେ ଦୈତ୍ୟନଗରୀରେ ଏଥର ଦାଦାବଟିକୁ ସମ୍ପୂର୍ଣ୍ଣ ବାରଣ କରାଯାଇଛି। ଦାଦାବଟି ଆଦାୟ ଅଭିଯୋଗ ଆସିଲେ କଡ଼ା କାର୍ଯ୍ୟାନୁଷ୍ଠାନ ନେବ କମିଶନରେଟ୍ ପୋଲିସ । ଏଭଳି ଅଭିଯୋଗ ଆସିଲେ କମିଶନରେଟ୍ ପୋଲିସକୁ ଜଣାଇବାକୁ କହିଛନ୍ତି ଡିସିପି ପ୍ରତୀକ ସିଂହ ।
ପାର୍ବଣ ସମୟରେ ଅନେକ ଅସାମାଜିକ ତତ୍ତ୍ଵ ବିଭିନ୍ନ ଅନୁଷ୍ଠାନକୁ ଯାଇ ପୂଜା ଚାନ୍ଦା ନାଁରେ ବଟି ଆଦାୟ କରିଥାଆନ୍ତି । ସେଭଳି ଲୋକଙ୍କ ବିରୁଦ୍ଧରେ ଦୃଢ ପଦକ୍ଷେପ ନେବାକୁ ଏବେ କମିଶନରେଟ୍ ପୋଲିସ ଅଣ୍ଟା ଭିଡିଛି । ଯଦି କେହି ଦାଦା ବଟି ମାଗୁଛନ୍ତି ତେବେ ୭୦୭୭୭୯୮୧୧୧ ନମ୍ବରରେ ମେସେଜ କରି ପୋଲିସକୁ ଜଣାଇବା ପାଇଁ ଅନୁରୋଧ କରିଛନ୍ତି ଭୁବନେଶ୍ଵର ଡିସିପି ପ୍ରତୀକ ସିଂହ ।