ଓଡ଼ିଶା 365 (ବ୍ୟୁରୋ) : ଦେଶର ୩୦ ଟି ସ୍ଥାନରେ ଚଢ଼ାଉ କରିଛି ଜାତୀୟ ତଦନ୍ତକାରୀ ସଂସ୍ଥା । ଇସ୍ଲାମିକ ଷ୍ଟେଟ ଅଫ ଇରାକ ଏଣ୍ଡ ସିରିଆ (ଆଇଏସଆଇଏସ)ର ନିଯୁକ୍ତି ମାମଲାରେ ତାମିଲନାଡୁ ସମେତ ତେଲଙ୍ଗାନାର ୩୦ଟି ସ୍ଥାନର ଚଢଉ ହୋଇଥିବା ଜଣାପଡିଛି । ତାମିଲନାଡୁର କୋଏମ୍ବାଟୁର ୨୧ଟି ସ୍ଥାନ, ଚେନ୍ନାଇର ୩ଟି ସ୍ଥାନ । ସେହିପରି ତେଲେଙ୍ଗାନାର ହାଇଦ୍ରାବାଦ ଓ ସାଇବରାବାଦର ୫ଟି ସ୍ଥାନ ଏବଂ ତେନକାସୀରେ ଗୋଟିଏ ସ୍ଥାନରେ ଚଢାଉ ଜାରି ରହିଥିବା ସୂଚନା ମିଳିଛି । ଆତଙ୍କବାଦୀ ସଂଗଠନ ଆଇଏସଆଇଏସକୁ ଭାରତରେ ବିସ୍ତାର ନକରିବାକୁ ଏନଆଇଏ ଲାଗାତାରା ପଦକ୍ଷେପ ଗ୍ରହଣ କରୁଛି । ତାମିଲନାଡୁ ଏବଂ ତେଲଙ୍ଗାନାରେ ବ୍ୟାପିଥିବା ଆଇଏସଆଇଏସ ମଡ୍ୟୁଲ ବିରୋଧରେ ଏନଆଇଏର ଏହି ଚଢାଉ କରିଛି । ତାମିଲନାଡୁ ଏବଂ ତେଲଙ୍ଗାନାରେ ଆତଙ୍କବାଦ ବିସ୍ତାର ଷଡଯନ୍ତ୍ରରେ ଆଇଏସଆଇଏସର ଭୂମିକା ଅନୁସନ୍ଧାନ ପାଇଁ ଏନଆଇଏ ନିକଟରେ ଏକ ମାମଲା ରୁଜୁ ହୋଇଛି । ମାମଲା ପଞ୍ଜିକରଣ ହେବାପରେ ହିଁ ଏନଆଇଏ ଉଭୟ ରାଜ୍ୟର ୩୦ଟି ସ୍ଥାନ ଉପରେ ଚଢାଉ କରିବାକୁ ନିଷ୍ପତ୍ତି ନେଇଛି ।