ଓଡ଼ିଶା 365 (ବ୍ୟୁରୋ) : କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ବିହାର ମଧୁବନି ଜିଲ୍ଲାରେ ଏକ ରାଜନୈତିକ ସଭାକୁ ସମ୍ବୋଧିତ କରି ବିରୋଧୀ ମେଣ୍ଟ ଉପରେ ବର୍ଷିଛନ୍ତି । ଅମିତ ଶାହ କହିଛନ୍ତି, ନିଜ ନିଜର ସ୍ବାର୍ଥ ହାସଲ କରିବା ପାଇଁ ବିରୋଧୀ ମେଣ୍ଟ ଗଠନ ହୋଇଛି। ବିହାରରେ ପୁଣିଥରେ ଜଙ୍ଗଲ ରାଜ ଆରମ୍ଭ କରିବାକୁ ଚେଷ୍ଟା କରୁଛନ୍ତି ବିରୋଧୀ। ଯାହା ବିହାର ଜନତା କେବେ ବି ଗ୍ରହଣ କରିବେ ନାହିଁ । ବିରୋଧୀ ମେଣ୍ଟରେ ଥିବା ମୁଖ୍ୟମନ୍ତ୍ରୀ ନିତୀଷ କୁମାର ଓ ଲାଲୁ ଯାଦବଙ୍କୁ ମଂଚ ଉପରୁ ସିଧାସଳଖ ଟାର୍ଗେଟ କରିଛନ୍ତି ଗୃହମନ୍ତ୍ରୀ । ଅମିତ ଶାହ କହିଛନ୍ତି, ଲାଲୁ ଯାଦବ ନିଜ ପୁଅ ତେଜସ୍ବି ଯାଦବଙ୍କୁ ମୁଖ୍ୟମନ୍ତ୍ରୀ କରିବାକୁ ଚାହୁଁଛନ୍ତି ସେଥିପାଇଁ ବିରୋଧୀ ମେଣ୍ଟରେ ସାମିଲ ହୋଇଛନ୍ତି । ଲାଲୁ ଯାଦବ କେନ୍ଦ୍ର ରେଳ ମନ୍ତ୍ରୀ ଥିବା ସମୟରେ ହଜାର ହଜାର କୋଟି ଟଙ୍କାର ଦୂର୍ନୀତି କରିଛନ୍ତି । ମୁଖ୍ୟମନ୍ତ୍ରୀ ପଦରେ ଥିବା ସମୟରେ ମଧ୍ୟ ଶହ ଶହ କୋଟି ଟଙ୍କାର ଭ୍ରଷ୍ଟାଚାର ଓ ଦୂର୍ନୀତି କରିଛନ୍ତି । ଏହି ସମୟର ନାରେ ଏବେବି କେସ ଚାଲିଛି ବୋଲି କହିଛନ୍ତି ଅମିତ ଶାହ । ସେହିପରି ମୁଖ୍ୟମନ୍ତ୍ରୀ ନିତୀଷ କୁମାରଙ୍କୁ ମଧ୍ୟ ଟାର୍ଗେଟ କରିଛନ୍ତି ଗୃହମନ୍ତ୍ରୀ । ଅମିତ ଶାହ କହିଛନ୍ତି,ନୀତିଷ କୁମାର ପ୍ରଧାନମନ୍ତ୍ରୀ ହେବା ରେସରେ ଅଛନ୍ତି । ସେଇଥି ପାଇଁ ବିରୋଧୀ ମେଣ୍ଟରେ ସାମିଲ ହୋଇଛନ୍ତି । ଭ୍ରଷ୍ଟାଚାରକୁ ସମର୍ଥନ କରିଛନ୍ତି ନୀତିଷ କୁମାର । କିନ୍ତୁ ନୀତିଷ ବାବୁ ପ୍ରଧାନମନ୍ତ୍ରୀ ପଦ ଖାଲି ନାହିଁ । ପ୍ରଧାନନମନ୍ତ୍ରୀ ପଦରେ ପୁଣିଥରେ ନରେନ୍ଦ୍ର ମୋଦି ବସିବାକୁ ଯାଉଛନ୍ତି ବୋଲି କହିଛନ୍ତି ଅମିତ ଶାହ । ଅମିତ ଶାହ ଆହୁରି କହିଛନ୍ତି, ବିରୋଧୀ ଦଳ ୟୁପିଏ ନାରେ ଦେଶକୁ ଲୁଟୁଥିଲା । ଦୂର୍ନୀତି ଓ ଭ୍ରଷ୍ଟାଚାର କରୁଥିଲା । ଲୋକ ୟୁପିଏକୁ ଭଲ ଭାବରେ ଜାଣିଛନ୍ତି ଯେ ୟୁପିଏ ଏକ ଭ୍ରଷ୍ଟାଚାରି ମେଣ୍ଟ ଥିଲା । ତେଣୁ ବାଧ୍ୟ ବିରୋଧୀ ଦଳ ନା ପରିବର୍ତ୍ତନ କରିବାକୁ ବାଧ୍ୟ ଦେଲେ ଓ ୟୁପିଏକୁ ଆଇଏନଡିଆଇଏ ରଖିଛନ୍ତି । କିନ୍ତୁ ନା ପରିବର୍ତ୍ତନ କଲେ ନୀତି ପରିବର୍ତ୍ତନ ହୁଏନାହିଁ ବୋଲି କହିଛନ୍ତି ।