ଓଡ଼ିଶା 365 (ବ୍ୟୁରୋ): ବର୍ତ୍ତମାନ ସମୟରେ ଅସ୍ୱାସ୍ଥ୍ୟକର ଖାଦ୍ୟପେୟ ଆମ ଶରୀରରେ ଅନେକ ପ୍ରକାରର ରୋଗ ସୃଷ୍ଟି କରୁଛି । ଏଥିରୁ ବର୍ତ୍ତିବା ପାଇଁ ଅନେକ ସମୟରେ ବିଭିନ୍ନ ପ୍ରକାରର ଔଷଧ ବ୍ୟବହାର କରିବାକୁ ପଡ଼ିଥାଏ । ହେଲେ ଶେଷରେ କୌଣସି ସୁଫଳ ମିଳିନଥାଏ । ହେଲେ ଆମେ ଆପଣଙ୍କୁ ଏମିତି ଏକ ପରିବା କହିବୁ ଯାହାକୁ ଖାଇବା ଦ୍ୱାରା ଆପଣଙ୍କ ଶରୀରକୁ ରୋଗ ଛୁଇଁ ପାରିବ ନାହିଁ । ଭେଣ୍ଡି ଖାଇବାକୁ ସମସ୍ତେ ଭଲପାଆନ୍ତି । ବାଡି ହେଉ କିମ୍ବା ଚାଷ ବିଲ ସବୁଠି ଭେଣ୍ଡି ଚାଷ ଲୋକମାନେ କରିଥାନ୍ତି ।ସବୁଜ ଭେଣ୍ଡି ସମସ୍ତଙ୍କ ମନ କିଣି ନିଏ । ଯାହା ଖାଇବାକୁ ବହୁତ ସୁଆଦେ ଲାଗିଥାଏ । ସହରର ବଡ଼ ବଡ଼ ହୋଟେଲ ମାନଙ୍କରେ ମଧ୍ୟ ଭେଣ୍ଡିର ଅନେକ ରେସିପି ପ୍ରସ୍ତୁତ ହୋଇଥାଏ । ହେଲେ ଆପଣ ନାଲି ଭେଣ୍ଡି କେବେ ଖାଇଛନ୍ତି କି ? ଯାହାର ଚାହିଦା ଏବେ ମାର୍କେଟରେ ଢ଼େର ଅଧିକ । ଆପଣ ଜାଣନ୍ତି ସବୁଜ ଭେଣ୍ଡି ଅପେକ୍ଷା ଲାଲ୍ ଭେଣ୍ଡିରେ ଶରୀର ପାଇଁ ବେଶ୍ ଉପକାରୀ ହୋଇଥାଏ । ଏଥିରେ ଅନେକ ଔଷଧିୟ ଗୁଣ ଥାଏ । ଅଧିକାଂଶ ଲୋକେ ଏହି କାରଣ ପାଇଁ ସବୁଜ ଭେଣ୍ଡି ଖାଇବା ବଦଳରେ ଲାଲ୍ ଭେଣ୍ଡି ଖାଇବାକୁ ପସନ୍ଦ କରନ୍ତି ।
ଏକ ଅଧ୍ୟୟନରୁ ଜଣାପଡ଼ିଛି ଯେ, ଏହି ଲାଲ୍ ଭେଣ୍ଡିରେ ଥିବା ଔଷଧୀୟ ଗୁଣ ମୋଟାପଣ, ହାଇକୋଲେଷ୍ଟ୍ରଲ୍ ଓ ସୁଗାର ଭଳି ସମସ୍ୟାକୁ ଶରୀରରୁ ଦୂର କରିଥାଏ । ଲାଲ୍ ଭେଣ୍ଡିରେ ଅନେକ ପ୍ରକାରର ପୃଷ୍ଟିକର ତତ୍ତ୍ୱ ରହିଛି। ଏହାସହ ଏଥିରେ ଭରପୁର ମାତ୍ରାରେ ଆଣ୍ଟି ଅକ୍ସିଡେଣ୍ଟ୍ ଓ ଆଇରନ୍ ରହିଛି। ଏହି ଲାଲ୍ ଭେଣ୍ଡି ଡେଇବେଟିସ୍ ରୋଗୀଙ୍କ ପାଇଁ ରାମବାଣ ସଦୃଶ ହୋଇଥାଏ । ବିଦେଶରେ ଏହି ଲାଲ୍ ରଙ୍ଗର ଭେଣ୍ଡି ଅଧିକ ପରିମାଣରେ ଚାଷ କରାଯାଇଥାଏ । କାରଣ ବିଦେଶୀମାନେ ସବୁଜ ଭେଣ୍ଡି ବଦଳରେ ଲାଲ୍ ଭେଣ୍ଡି ଖାଇବାକୁ ଅଧିକ ପସନ୍ଦ୍ କରନ୍ତି। ଏଥିରେ ଆଇରନ୍ ଭରପୁର ମାତ୍ରାରେ ମିଳିଥାଏ। ଏହି କାରଣରୁ ଏହାକୁ ଖାଇବା ଦ୍ୱାରା ଆଇରନ କମି ପୂରଣ ହୋଇଥାଏ। ଯାହା ଦ୍ୱାରା ବଢ଼ିଥାଏ ରକ୍ତ । ଏହାସହ କର୍କଟ ରୋଗୀଙ୍କ ପାଇଁ ମଧ୍ୟ ଏହା ବେଶ୍ ଉପକାରୀ ହୋଇଥାଏ । ଲାଲ୍ ଭେଣ୍ଡିରେ ଲେକ୍ଟିନ୍ ନାମକ ପ୍ରୋଟିନ୍ ରହିଛି। ଏହାକୁ ସେବନ କରିବା ଦ୍ୱାରା କ୍ୟାନ୍ସର ସେଲ୍ସକୁ ରୋକାଯାଇଥାଏ । ଏହି କାରଣରୁ କ୍ୟାନସର ହେବାର ସମ୍ଭାବନା ମଧ୍ୟ କମ୍ ହୋଇଥାଏ।
ଲାଲ୍ ଭେଣ୍ଡି ଖାଇବା ଦ୍ୱାରା ବ୍ଲଡ୍ ରେ ସୁଗାର ପରିମାଣକୁ କଣ୍ଟ୍ରୋଲ କରିବା ସୟଚ ହୋଇଥାଏ । ଏହା ଡାଇବେଟିସର ସମ୍ଭାବନାକୁ ମଧ୍ୟ କମ୍ କରିଥାଏ। ଏହାସହ ବ୍ଲଡ୍ ପ୍ରେସର ବି କଣ୍ଟ୍ରୋଲରେ ରହିଥାଏ।
ଲାଲ୍ ଭେଣ୍ଡିରେ ଏମିତି ଏକ ପୋଷକ ତତ୍ତ୍ୱ ରହିଛି, ଯାହା ହାର୍ଟ ପାଇଁ ଖୁବ୍ ଉପକାରୀ। ଏହି କାରଣ ପାଇଁ ଲାଲ୍ ଭେଣ୍ଡି ସେବନ କରିବା ଦ୍ୱାରା ହାର୍ଟ ଆଟାକ୍ ର ବିପଦ ମଧ୍ୟ ଦୂର ହୋଇଥାଏ । ଲାଲ୍ ଭେଣ୍ଡିରେ ଭିଟାମିନ୍ ଈ-୯ ଥାଏ। ଏହା ଗର୍ଭବତୀ ମହିଳାଙ୍କ ପାଇଁ ଖୁବ୍ ଲାଭଦାୟକ ହୋଇଥାଏ । ଗର୍ଭାବସ୍ଥାରେ ଏହାକୁ ସେବନ କରିବା ମା’ ଓ ଶିଶୁ ଦୁହେଁ ସୁସ୍ଥ ରହିଥାନ୍ତି । ତେଣୁ ଆମ ଶରୀର ପାଇଁ ସବୁଜ ରଙ୍ଗର ଭେଣ୍ଡି ଅପେକ୍ଷା ଲାଲ୍ ରଙ୍ଗର ଭେଣ୍ଡି ଅଧିକ ଉପକାରୀ ହୋଇଥାଏ ।