ଓଡ଼ିଶା 365 (ବ୍ୟୁରୋ): ୩ ଦଫା ଦାବି ନେଇ ୭ ଦିନ ହେବ ରାଜ୍ୟର ବିଭିନ୍ନ ଜିଲ୍ଲାର ବିଇଓ କାର୍ଯ୍ୟାଳୟ ଆଗରେ ଧାରଣା ଦେଇଛନ୍ତି ପ୍ରାଥମିକ ଶିକ୍ଷକ, ଶିକ୍ଷୟିତ୍ରୀ । ସରକାରଙ୍କ ନାଲି ଆଖି ସତ୍ୱେ ବି ଘରା ବର୍ଷା ସହ ଧାରଣା ଜାରି ରଖିଛନ୍ତି ଏହି ଶିକ୍ଷକ । ତେବେ ଆଜି ଆନ୍ଦୋଳନରତ ଶିକ୍ଷକଙ୍କ ସମର୍ଥନରେ ବାହାରିଛି ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ(ଓଷ୍ଟା)। ପ୍ରାଥମିକ ଶିକ୍ଷକମାନଙ୍କ ସମସ୍ୟାକୁ ତୁରନ୍ତ ସମାଧାନ କରନ୍ତୁ କହି ଆନ୍ଦୋଳନକୁ ସମର୍ଥନ ଜଣାଇଛି ଓଷ୍ଟା । ଏନେଇ ଓଷ୍ଟାର ସାଧାରଣ ସଂପାଦକ ରଞ୍ଜନ କୁମାର ଦାଶ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଏକ ସପ୍ତାହରୁ ଅଧିକ ସମୟ ବିତି ଯାଇଥିଲେ ମଧ୍ୟ ପ୍ରାଥମିକ ଶିକ୍ଷକମାନଙ୍କ ଆନ୍ଦୋଳନ ଥମୁନାହିଁ ।
ରାଜ୍ୟର ପ୍ରାଥମିକ ଶିକ୍ଷାରେ ଏକ ପ୍ରକାର ଅଚଳାବସ୍ଥା ସୃଷ୍ଟି ହୋଇଥିବା ବେଳେ ସରକାର ମାଧ୍ୟମିକ ଶିକ୍ଷାରେ ବାଧା ସୃଷ୍ଟି କରୁଥିବା କହିଛନ୍ତି ଓଷ୍ଟା ସଂପାଦକ । ଏପଟେ ପ୍ରାଥମିକ ସ୍କୁଲରେ ଶିକ୍ଷକଙ୍କ ଅନୁପସ୍ଥିତି ପାଇଁ ବିଦ୍ୟାଳୟରେ ତାଲା ଝୁୁଲୁଛି । ଭିନ୍ନ ରୂପରେ ଶିକ୍ଷକଙ୍କ ପ୍ରତିବାଦ କରୁଥିବା ଦେଖିବାକୁ ମିଳଛି । ଦେହରେ ରାଜକୀୟ ପୋଷାକ, ହାତରେ ଗଦା ଧରି ମହାରାଜ ପ୍ରଶ୍ନ କରୁଥିବା ବେଳେ ଉତର ରଖୁଛନ୍ତି ମନ୍ତ୍ରୀ । ଏଭଳି ନାଟକୀୟ ଢ଼ଙ୍ଗରେ ଆନ୍ଦୋଳନରତ ଶିକ୍ଷକ ମାନେ ସରକାରଙ୍କ ନିକଟରେ ନିଜର ଦାବି ଉପସ୍ଥାପନ କରିଛନ୍ତି ।