ଓଡ଼ିଶା 365 (ବ୍ୟୁରୋ): ବର୍ତ୍ତମାନ ସମୟରେ ଅସ୍ୱାସ୍ଥ୍ୟକର ଖାଦ୍ୟ ଆମ ଶରୀରକୁ ଦୁର୍ବଳ କରିପକାଉଛି । ଏଥିପାଇଁ ଶରୀରକୁ ଅଧିକ ପରିମାଣର ପ୍ରୋଟିନ୍ ଦରକାର ପଡିଥାଏ । ଅର୍ଥାତ ଶରୀରକୁ ସୁସ୍ଥ ରଖିବା ପାଇଁ ହେଲେ ପ୍ରୋଟିନ୍କୁ ଜରୁରୀ ମାଇକ୍ରୋ ନ୍ୟୁଟ୍ରିଏଣ୍ଟ୍ କୁହାଯାଏ । ଏହାଦ୍ୱାରା ଆମ ଶରୀରକୁ ଅଧିକ ଶକ୍ତି ମଳିଥାଏ । ଏହାସହ ମାଂସପେଶୀର ମଧ୍ୟ ବିକାଶ ହୋଇଥାଏ । ପ୍ରୋଟିନ୍ ସେବନ କରିବା ଦ୍ୱାରା ମାଂସପେଶୀ, କେଶ, ଆଖି ଏବଂ ତ୍ୱଚା ମଧ୍ୟ ସୁସ୍ଥ ରହିଥାଏ । ଏଥିପାଇଁ ବିଶେଷଜ୍ଞମାନେମତ ଦିଅନ୍ତି ଯେ, ପ୍ରତିଦିନ ପ୍ରୋଟିନ୍ ସେବନ କରିବା ଜରୁରୀ ହୋଇଥାଏ । ହେଲେ ଆପଣ ଜାଣନ୍ତି କି , ପ୍ରୋଟିନ୍ ଅଧିକ ମାତ୍ରାରେ ସେବନ କରିବା ଦ୍ୱାରା ଶରୀର ପାଇଁ ବହୁତ ହାନିକାରକ ହୋଇଥାଏ ।
ଏପରି କିଛି ଲୋକେ ଅଛନ୍ତି ଯେଉଁମାନେ ଆବଶ୍ୟକତାରୁ ଅଧିକ ପ୍ରୋଟିନ୍ ସେବନ କରି ଶରୀରକୁ କ୍ଷତି ପହଞ୍ଚାଇଥାନ୍ତି । ଯେଉଁ ମାନେ ବଡି ବିଲଡିଂ କରୁଛନ୍ତି ସେମାନେ ଅଧିକ ପରିମାରର ପ୍ରୋଟିନ ବ୍ୟବହାର କରିଥାନ୍ତି । ଯାହା ଶରୀର ଉପରେ କୁପ୍ରଭାବ ପକାଇଥାଏ । ଯଦି ଆପଣ ଓଜନ କମ୍ କରିବା ପାଇଁ ଚାହୁଁଛନ୍ତି । ତେବେ ନିୟମିତ ଭାବେ ହିଁ ପ୍ରୋଟିନ୍ ସେବନ କରିବା ଜରୁରୀ ହୋଇଥାଏ । ହେଲେ ଆବଶ୍ୟକତାରୁ ଅଧିକ ମାତ୍ରାରେ ପ୍ରୋଟିନ୍ ଯୁକ୍ତ ଖାଦ୍ୟ ନିଜ ଡାଏଟରେ ସାମିଲ କରିବା ଦ୍ୱାରା ଆପଣଙ୍କ ଓଜନ କମିବା ବଦଳରେ ବଢିଯିବ । କାରଣ ଅଧିକ ପ୍ରୋଟିନ୍ ଶରୀରକୁ ଯାଇ ଫ୍ୟାଟ୍ ଜମା କରିଥାଏ ।
ସେହିପରି ଅଧିକ ମାତ୍ରାରେ ପ୍ରୋଟିନ୍ ସେବନ କରିବା ଦ୍ୱାରା ଶରୀରରେ ବୋନ୍ ଲେସ୍ ଯୁକ୍ତ ସମସ୍ୟା ହୋଇପାରେ । କାରଣ ଅଧିକ ପ୍ରୋଟିନ୍ ସେବନ୍ କରିବା ଦ୍ୱାରା ହାଡ ଦୁର୍ବଳ ହେବାର ସମ୍ଭାବନା ବଢି ଯାଇଥାଏ । ଏହା ସହ ଶରୀର ଓଷ୍ଟିଓପୋରୋସିସ୍ ରୋଗର ଶୀକାର ହୋଇପାରେ ।ଏହାସହ ଅଧିକ ପ୍ରୋଟିନ୍ ସେବନ ଦ୍ୱାରା କିଡ୍ନି ମଧ୍ୟ ଦୁର୍ବଳ ହୋଇଯାଏ । ଯାହାଦ୍ୱାରା କିଡ୍ନି ଠିକ୍ ଭାବେ କାମ କରେ ନାହିଁ ଏବଂ ଶରୀରରେ ପାଣି ମାତ୍ରା କମିଯାଇଥାଏ । ଯାହାଦ୍ୱାରା ପେଟ ଜନିତ ସମସ୍ୟା ଦେଖାଦେଇଥାଏ ।
ଆବଶ୍ୟକରୁ ଠାରୁ ଅଧିକ ପ୍ରୋଟିନ୍ ସେବନ କରିବା ଦ୍ୱାରା ଆପଣଙ୍କ ମିଟାବୋଲିଜିମ୍ ଉପରେ ପ୍ରଭାବ ପକାଇଥାଏ । ଏହା ଦ୍ୱାରା ହଜମ ଶକ୍ତି ଗ୍ୟାସ୍, ବାନ୍ତି, ଏସିଡିଟି ଭଳି ସମସ୍ୟା ଦେଖାଯାଇଥାଏ।
. ଏହାସହ ଆବଶ୍ୟକରୁ ଅଧିକ ପ୍ରୋଟିନ୍ ସେବନ କରିବା ଦ୍ୱାରା ଆପଣଙ୍କ ଶରୀର ଦୁର୍ବଳ ହୋଇଯିବାର ସମ୍ଭାବନା ଥାଏ । ଏହିରି ହେଲେ ଜଣେ ବ୍ୟକ୍ତିର ଉଠିବା ବସିବା ପାଇଁ ଇଚ୍ଛା ହୁଏ ନାହିଁ । ତେବେ ଖାଦ୍ୟରେ ଅଧିକ ପ୍ରୋଟିନ୍ ଯୋଗୁ, ଆପଣଙ୍କ କିଡ୍ନି, ଲିଭର ଏବଂ ହାଡ ମଧ୍ୟ ପ୍ରଭାବିତ ହୋଇଥାଏ । ଯାହାଦ୍ୱାରା ଶରୀରରେ ଦୁର୍ବଳ ଅନୁଭବ ହୋଇଥାଏ । ତେଣୁ ଶରୀର ଯେତିକି ପ୍ରୋଟିନ୍ ଆବଶ୍ୟକ କରେ ସେତିକି ପରିମାଣର ପ୍ରୋଟିନ୍ ବ୍ୟବହାର କରନ୍ତୁ ।