ଓଡ଼ିଶା 365 (ବ୍ୟୁରୋ): ଉପରମୁଣ୍ଡରେ ଲଗାଣ ବର୍ଷା ଯୋଗୁଁ ଖୋଲିଛି ହୀରାକୁଦ ଗେଟ୍ । ଗତକାଲି ୨୦ ଗେଟ୍ ଦେଇ ମହାନଦୀରେ ବନ୍ୟା ଜଳ ନିଷ୍କାସିତ ହେଉଥିବା ବେଳେ ଆଜି ଖୋଲିଛି ଆଉ ୪ ଟି ଗେଟ୍। ତେବେ ଏବେ ମୋଟ ୨୬ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସିତ ହେଉଛି । ବାମ ପଟରୁ ୧୬ଟି ଗେଟ୍ ଖୋଲା ଯାଇଥିବା ବେଳେ ଦକ୍ଷିଣ ପଟରୁ ୧୦ଟି ଗେଟ୍ ଖୋଲାଯାଇଛି। ହୀରାକୁଦର ୨୬ ଗେଟ ଖୋଲିବା ପରେ ସମ୍ବଲପୁର ସହରକୁ ପଛୁଆ ପାଣି ପ୍ରବେଶ କରିବାର ଆଶଙ୍କା ଘାରିଲାଣି।
ସୂଟନାଯୋଗ୍ୟ ଗତକାଲି ସୁଦ୍ଧା ଉପରମୁଣ୍ଡରେ ହାରାହାରି ୭୩ ମିମି ବର୍ଷା ରେକର୍ଡ ହୋଇଥିଲା। ଫଳରେ ଏହା ବର୍ତ୍ତମାନ ହୀରାକୁଦକୁ ୪ ଲକ୍ଷ ୪୦ ହଜାର କ୍ୟୁସେକ ପାଣି ପ୍ରବେଶ କରୁଛି। ଜଳସ୍ତର ୬୨୭.୯୫ ଫୁଟ ରେ ପହଞ୍ଚିଥିବା ବେଳେ ୩ ଲକ୍ଷ ୮୯ ହଜାର ୧୭୪ କ୍ୟୁସେକ ଜଳ ନିଷ୍କାସିତ ହେଉଛି।