ଓଡ଼ିଆ ନ୍ୟୁଜ(ବ୍ୟୁରୋ): ଗୋଟେପଟେ ଡେଙ୍ଗୁ ରାଜ୍ୟ ବ୍ୟାପୀ କଲବଲ କରୁଥିବା ବେଳେ ଏବେ ଗାଁ ଗାଁରେ ଭଲଭୀତ କରି ରଖିଛି ସ୍କ୍ରବ ଟାଇଫସ୍ । ଏହି କୀଟ ଦ୍ୱାରା ଆକ୍ରାନ୍ତ ହୋଇ ୧୨ ଦିନରେ ବରଗଡରେ ୫ଜଣ ରୋଗୀଙ୍କ ମୃତ୍ୟୁ ହୋଇୟାରିଲାଣି । ଚିଗର୍ସ ନାମକ କୀଟ କାମୁଡି ଦ୍ୱାରା ଏହି ସ୍କ୍ରବ ଟାଇଫସ୍ ରୋଗ ହୋଇଥାଏ । ଆଉ ଏହା ଦ୍ୱାରା ଜ୍ୱର ହୁଏ , ଆଉ ଜ୍ୱର ନ କମିଲେ ଏହା ଶରୀର ପାଇଁ ଘାତକ ବି ହୋଇପାରେ । ତେବେ ଏହାର ଅନୁଧ୍ୟାନ କରିବାକୁ ଗଠନ ହୋଇଛି ସ୍ୱତନ୍ତ୍ର ଟିମ୍ । ବରଗଡ ଜିଲ୍ଲା ଯାଇ ନମୂନା ସଂଗ୍ରହ, ପରୀକ୍ଷା, ମେଡିସିନ ବିତରଣ କାର୍ଯ୍ୟ କରିବ ଏହି ଟିମ୍ । ଏନେଇ ଡିଏମଇଟି ଡକ୍ଟର ସଚ୍ଚିଦାନନ୍ଦ ମହାନ୍ତି ଚିଠି ମାଧ୍ୟମରେ ଭୀମସାର ଡିନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।
ମେଡିସିନ ବିଭାଗର ଆସିଷ୍ଟାଣ୍ଟ ପ୍ରଫେସର ଡକ୍ଟର ଶଙ୍କର ରାମଚନ୍ଦାନୀ ଏହାର ନୋଡାଲ ଅଫିସର ଅଛନ୍ତି ।
ସେପଟେ ବରଗଡ଼ ଜିଲାରେ ସ୍କ୍ରବ ଟାଇଫସ କୀଟ କାମୁଡ଼ାରେ ୧୨ ଦିନ ମଧ୍ୟରେ ୫ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୪ ଜଣଙ୍କ ରକ୍ତନମୁନାରୁ ପଜିଟିଭ ଚିହ୍ନଟ ହୋଇଛି । ଗତକାଲି ପୁଣି ୧୪ ରକ୍ତ ନମୁନା ପରୀକ୍ଷାରୁ ଆହୁରି ୫ ଜଣଂଙ୍କୁ ଚିହ୍ନଟ କରାଯାଇଛି । ସମସ୍ତରୋଗୀ ପଦ୍ମପୁର ଅଞ୍ଚଳର ଖଲା ବାହାଲ ,ଚାରପାଲି, ବୁକୁରା ମୁଣ୍ଡା, ବୁଗୁଡା ଓ କୁମୁନି ବାହାଲର ବୋଲି ଜଣା ପଡିଛନ୍ତି । ସମସ୍ତଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଠିକ ରହିଛି ଏବଂ ପଦ୍ମପୁର ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି ।