ଓଡ଼ିଶା 365 (ବ୍ୟୁରୋ) : ମହାକାଶରେ ମଧ୍ୟ ଭାରତ ଏବଂ ଆମେରିକା ମଧ୍ୟରେ ଦ୍ୱିପାକ୍ଷିକ ସହଯୋଗ ପାଇଁ ସମ୍ଭାବନା ରହିଛି । ପୃଥୀବି ପରେ ପରବର୍ତ୍ତୀ ଗନ୍ତବ୍ୟସ୍ଥଳ ବର୍ତ୍ତମାନ ମହାକାଶ ହେବ ବୋଲି ଅନୁମାନ କରାଯାଉଛି । ଆମେରିକାରେ ଭାରତୀୟ ରାଷ୍ଟ୍ରଦୂତ ତାରନଜିତ ସିଂ ସଂନ୍ଧୁ ଏଭଳି ଏକ ମନ୍ତବ୍ୟ ଦେଇଛନ୍ତି । ଦୁଇ ଦେଶ ମଧ୍ୟରେ ସହଯୋଗ ପାଇଁ ପରବର୍ତ୍ତୀ ଗନ୍ତବ୍ୟସ୍ଥଳ ବର୍ତ୍ତମାନ ମହାକାଶ ହେବ ବୋଲି ତାରନଜିତ ସିଂ ସଂନ୍ଧୁ କହିଛନ୍ତି । ଭାରତୀୟ ରାଷ୍ଟ୍ରଦୂତ କହିଛନ୍ତି ଯେ ବିଶ୍ୱର ଦୁଇ ବୃହତ୍ତମ ଗଣତାନ୍ତ୍ରିକ ରାଷ୍ଟ୍ର ପାଇଁ ମହାକାଶରେ ସହଯୋଗ ବୃଦ୍ଧି ଏବଂ ନୂତନ ସମ୍ଭାବନା ଉପରେ କାର୍ଯ୍ୟ କରିବା ସ୍ବାଭାବିକ। ତେବେ ବର୍ତ୍ତମାନ ପୃଥିବୀରେ ପରେ ମହାକାଶରେ ମଧ୍ୟ ଭାରତ ଏବଂ ଆମେରିକା ମଧ୍ୟରେ ଦ୍ୱିପାକ୍ଷିକ ସହଯୋଗ କରିବାକୁ ଯାଉଥିବା ଭାରତୀୟ ରାଷ୍ଟ୍ରଦୂତ କହିଛନ୍ତି ।