ଓଡ଼ିଶା 365 (ବ୍ୟୁରୋ) : ସୁସ୍ଥ ଶରୀରର ଗଠନ ପାଇଁ, ଶରୀରକୁ ଆବଶ୍ୟକ ପୃଷ୍ଟିକର ଖାଦ୍ୟ । କାରଣ ଶରୀରକୁ ସୁସ୍ଥ, ସବଳ ଓ ସୁନ୍ଦର ରଖିବାରେ ଖାଦ୍ୟର ରହିଛି ବେସ ଗୁରୁତ୍ୱପୂର୍ଣ୍ଣ ଭୂମିକା । କିନ୍ତୁ ଆଜିକାଲି ପ୍ରାୟ ସମସ୍ତଙ୍କ ଖାଦ୍ୟ ଅଭ୍ୟାସ ଓ ଆବଶ୍ୟକତାକୁ ଦେଖିଲେ ଯାହା ଲାଗୁଛି ବର୍ତ୍ତମାନ ଅନେକେଙ୍କର ଜୀବନଶୈଳୀରେ ବ୍ୟାପକ ପରିବର୍ତ୍ତନ ଆସିଯାଇଛି । କାରଣ ଆଜି କାଲି ପ୍ରାୟତ ସମସ୍ତେ ମିଶ୍ରିତ ରାସାୟନିକ ପଦାର୍ଥ ଖାଦ୍ୟ ଖାଇବାରେ ଅଭ୍ୟସ୍ତ ହୋଇଗଲେଣି । ଯ।ହା ନିଜ ପାଇଁ ଓ ଆଗାମୀ ପିଢ଼ି ପାଇଁ ଚିନ୍ତା ଜନକ । ଖାଦ୍ୟ ଓ ଜଳ ଦ୍ୱାରା ହେଉଥିବା କ୍ଷତି ବିଷୟରେ ଲୋକଙ୍କୁ ଅବଗତ କରାଇବା ପାଇଁ ପ୍ରତିବର୍ଷ ଜୁନ ୭ ରେ ବିଶ୍ୱ ଖାଦ୍ୟ ସୁରକ୍ଷା ଦିବସ ପାଳନ କରାଯାଇଥାଏ । ଅସୁରକ୍ଷିତ ଖାଦ୍ୟ ପଦାର୍ଥର ବ୍ୟବହାର ଯୋଗୁ ଅନେକ ସ୍ବାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟା ସୃଷ୍ଟି ହୋଇଥାଏ ।
ଏଭଳି ପରିସ୍ଥିତିରେ ବିଶ୍ୱ ଖାଦ୍ୟ ସୁରକ୍ଷା ଦିବସ ପାଳନ କରିବାର ଉଦ୍ଦେଶ୍ୟ ହେଉଛି ପ୍ରତ୍ୟେକ ବ୍ୟକ୍ତିଙ୍କୁ ପୁଷ୍ଟିକର ଓ ସନ୍ତୁଳିତ ଖାଦ୍ୟ ଯୋଗାଇବା। ଏହା ସହିତ, ଏହି ଦିନ ପାଳନ କରିବାର ବିଶେଷ ଉଦ୍ଦେଶ୍ୟ ହେଉଛି ଖାଦ୍ୟ ଦ୍ୱାରା ସୃଷ୍ଟି ହେଉଥିବା ବିପଦକୁ ରୋକିବା, ଅପମିଶ୍ରିତ ଜିନିଷଗୁଡ଼ିକୁ ଚିହ୍ନିବା ଓ ଲୋକଙ୍କୁ ସେଗୁଡ଼ିକ ବିଷୟରେ ଜଣାଇବା । ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନର ରିପୋର୍ଟ ମୁତାବକ, ପ୍ରତିବର୍ଷ ପ୍ରଦୂଷିତ ଖାଦ୍ୟ ଖାଇବା ଯୋଗୁଁ ୪ଲକ୍ଷରୁ ଅଧିକ ଲୋକଙ୍କର ମୃତ୍ୟୁ ହେଉଛି । ଆମେ ପ୍ରତିଦିନ ଅନେକ ପ୍ରକାରର ଖାଦ୍ୟ ଖାଇଥାଉ ଯାହା ପାଟିକୁ ସ୍ବାଦକର ଲାଗୁଥିଲେ ବି ଦେହ ପାଇଁ କ୍ଷତିକାରକ। ଆଜିକାଲି ଲୋକପ୍ରିୟ ପାଲଟିଥିବା ଫାଷ୍ଟଫୁଡ କିମ୍ବା ଜଙ୍କ ଫୁଡ ଶରୀର ପାଇଁ ଘାତକ ପ୍ରମାଣିତ ହେଉଛି। ପୁଷ୍ଟିକର ଖାଦ୍ୟ ଅଭାବରୁ ପିଲାମାନେ ବିଶେଷ ଭାବରେ ଅନେକ ପ୍ରକାର ଶାରୀରିକ ସମସ୍ୟାର ଶିକାର ହୋଇଥାନ୍ତି। ସ୍ବାସ୍ଥ୍ୟ ସମସ୍ୟାର ଅନ୍ୟତମ କାରଣ ହେଉଛି ଖାଦ୍ୟରେ ଫାଇବରର ଅଭାବ। ଫାଇବରରେ ଭରପୂର ଖାଦ୍ୟ ପିଲାମାନଙ୍କର ହଜମ ପାଇଁ ଭଲ। ହଜମ ପ୍ରକ୍ରିୟାରେ ଉନ୍ନତି ଆଣିବା ସହିତ ସନ୍ତୁଳିତ ଓ ପୁଷ୍ଟିକର ଖାଦ୍ୟଗୁଡ଼ିକ ପେଟ ସମ୍ବନ୍ଧୀୟ ଅନେକ ସମସ୍ୟାକୁ ମଧ୍ୟ ଦୂର କରିଥାଏ ।