ଓଡ଼ିଶା 365 (ବ୍ୟୁରୋ): ବଲିଉଡର ବିଗ୍ ବି କହିଲେ ସମସ୍ତଙ୍କ ମୁହଁରେ ଅମିତାଭ ବଚ୍ଚନଙ୍କ ଚେହେରା ଉଙ୍କି ମାରେ । ତାଙ୍କ ଜୀବନକାଳ ମଧ୍ୟରେ ସେ ବଲିଉଡକୁ ଅନେକ ହିଟ୍ ପିଲ୍ମ ଦେଇଛନ୍ତି । ଏବେ ବି ବଲିଉଡରେ ତାଙ୍କର ଦବଦବା ରହିଛି । ପ୍ରତ୍ୟେକ ଶୋ’ ରେ ତାଙ୍କର ଜଲୱା ଦେଖିବାକୁ ମିଳୁଛି । ବିଗ୍ ବିଙ୍କ ପ୍ରତ୍ୟେକ ଶୋ’ ଦେଖିବା ପାଇଁ ଲୋକଙ୍କ ଭିଡ଼ ଜମିଥାଏ । ସେ ପ୍ରତ୍ୟେକ ଶୋ’ ରେ ଅନେକ ମଜାଦାର କଥା କହି ଲୋକମାନଙ୍କୁ ହସାନ୍ତି ଏବଂ ନିଜେ ହସନ୍ତି ।
ନିକଟରେ ଅମିତାଭ ବଚ୍ଚନ କୌନ ବନେଗା କରୋଡପତି ଶୋରେ ନିଜର ଜଲୱା ଦେଖାଉଛନ୍ତି । ସେ ବିଭିନ୍ନ ସମୟରେ ପ୍ରତିଯୋଗୀମାନଙ୍କ ସହ ତାଙ୍କ ଜୀବନର କିଛି ମଜାଦାର କଥା ସେୟାର କରିଥାନ୍ତି । ହେଲେ ଏଥର ଏମିତି ଏକ କଥା ସେୟାର କରିଛନ୍ତି ଯାହା ଶୁଣିଲେ ଆପଣମାନେ ଆଶ୍ଚର୍ଯ୍ୟ ହୋଇଯିବେ । KBC-15 ଶୋ’ର ଏକ ପ୍ରୋମୋରେ ବିଗ୍ ବି ତାଙ୍କ ଏମଆରଆଇ ଟେଷ୍ଚକୁ ନେଇ ଏକ ମେମୋରୀ ସେୟାର କହିଛନ୍ତି। ତାଙ୍କ ମସ୍ତିଷ୍କ ଭିତରେ କ’ଣ ଅଛି ସେ ବିଷୟରେ ସେ ଜାଣିବାକୁ ବେଶ୍ ଆଗ୍ରହୀ ଥିଲେ ଏବଂ ସେ ଜଣେ ନର୍ସଙ୍କୁ ତାଙ୍କ ମସ୍ତିଷ୍କ ଭିତରେ କ’ଣ ଅଛି ସେ ବିଷୟରେ ସତ କହିବାକୁ କହିଥିଲେ।
ସୋନି ଲାଇଭର ଇନଷ୍ଟାଗ୍ରାମ ହ୍ୟାଣ୍ଡେଲ ଦ୍ୱାରା ସେୟାର କରାଯାଇଥିବା ପ୍ରୋମୋରେ ଅମିତାଭ କହିଛନ୍ତି ଯେ, ଯେତେବେଳେ ସେ ଏମଆରଆଇ କରିବାକୁ ଯାଇଥିଲେ, ସେ ଟେକ୍ନିସିଆନ ଏବଂ ନର୍ସମାନଙ୍କୁ ପଚାରିଲେ- “ଏକ ବାର ହମାରା ଜରା ଖୋପଡି କା ଭି ଦେଖଲୋ , ହମକୋ ଲାଗତା ହେ ଉସକେ ଅନ୍ଦର କୁଛ ହେ ନହି ।” ଏହାକହି ଅମିତାଭ ଟିକିଏ ହସିଲେ ଓ ନର୍ସ ଜଣଙ୍କ ତାଙ୍କୁ କହିଥଲେ, “ସାର୍ ଜୋ ଆପ୍ ପୁଛ୍ ରହେ ଥେ ୱୋ ବିଲକୁଲ ସହି ହେ, ଆପକା ଖୋପଡି ଏକଦମ୍ ଖାଲି ହେ ।“ ଅମିତାଭଙ୍କ ଏହି କଥାଶୁଣି ସେଠାରେ ଉପସ୍ଥିତ ଥିବା ସମସ୍ତ ଦର୍ଶକ ହସିବାକୁ ଲାଗିଥିଲେ ଏବଂ ସେମାନଙ୍କ ହସିବା ଦେଖି ବିଗ୍ ବି ହସିଥିଲେ ।