ଓଡ଼ିଶା 365 (ବ୍ୟୁରୋ) : ପୁଣିଥରେ ବିଶ୍ବ ନେତାମାନଙ୍କ ମଧ୍ୟରେ ଗ୍ଲୋବାଲ୍ ରେଟିଂରେ ଶୀର୍ଷରେ ରହିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ପ୍ରଧାନମନ୍ତ୍ରୀ ମୋଦୀ ୭୬ ପ୍ରତିଶତ ରେଟିଂ ସହ ସର୍ବାଧିକ ଲୋକପ୍ରିୟ ବିଶ୍ବନେତା ହୋଇଛନ୍ତି। ‘ମର୍ଣ୍ଣିଂ କନ୍ସଲ୍ଟ’ର ସର୍ଭେ ରିପୋର୍ଟରେ ଏହା ଉଲ୍ଲେଖ ରହିଛି । ପ୍ରଧାନମନ୍ତ୍ରୀ ମୋଦୀଙ୍କ ପରେ ଦ୍ବିତୀୟ ସ୍ଥାନରେ ଅଛନ୍ତି ସ୍ବିଜରଲାଣ୍ଡ୍ ରାଷ୍ଟ୍ରପତି ଏଲେନ ବର୍ସେଟ୍। ତାଙ୍କର ରେଟିଂ ୬୪ ପ୍ରତିଶତ ରହିଛି। ପ୍ରଧାନମନ୍ତ୍ରୀ ମୋଦୀ ଗତ କିଛି ବର୍ଷ ହେଲା ଲାଗାତାର ଲୋକପ୍ରିୟ ବିଶ୍ବ ନେତାଙ୍କ ତାଲିକାରେ ଶୀର୍ଷରେ ରହି ଆସୁଛନ୍ତି। ମେକ୍ସିକୋ ରାଷ୍ଟ୍ରପତି ଏଣ୍ଡ୍ରେସ ମେନୁଅଲ ଲୋପେଜ ୬୧ ପ୍ରତିଶତ ରେଟିଂ ସହ ତୃତୀୟ ସ୍ଥାନରେ ଅଛନ୍ତି। ସେହିପରି ବ୍ରାଜିଲ ରାଷ୍ଟ୍ରପତି ଲୁଲା ଡେ ସିଲ୍ଭା ଚତୁର୍ଥ (୪୯%), ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଆଲ୍ବାନିସ୍ ପଞ୍ଚମ (୪୮%) ଏବଂ ଇଟାଲି ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନି ଷଷ୍ଠ (୪୨%) ସ୍ଥାନରେ ଅଛନ୍ତି। ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ତାଲିକାରେ ସପ୍ତମ ସ୍ଥାନରେ ଅଛନ୍ତି। ତାଙ୍କୁ ୪୪ ପ୍ରତିଶତ ରେଟିଂ ମିଳିଛି।