ଓଡ଼ିଶା 365 (ବ୍ୟୁରୋ) : ଭାରତୀୟ ବାୟୁସେନାରେ ସାମିଲ ହେବ ସୁଖୋଇ ୩୦ ଏମକେଆଇ ଲଢୁଆ ବିମାନ । ଆହୁରି ଶସକ୍ତ ହେବ ବାୟୁସେନା । ବାୟୁସେନାର କ୍ଷମତା ଆହୁରି ବଢିବାକୁ ଯାଉଛି । ଆକାଶମାର୍ଗକୁ ସୁରକ୍ଷିତ କରିବା ପାଇଁ ଭାରତୀୟ ବାୟୁସେନାରେ ସାମିଲ ହେବ ୧୨ଟି ସୁଖୋଇ ୩୦ ଏମକେଆଇ ଲଢୁଆ ବିମାନ କିଣିବ । ଏନେଇ ପ୍ରତିରକ୍ଷା ବିଭାଗ ଡିଲକୁ ମଞ୍ଜୁରୀ ଦେଇଛି। କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ଅଧ୍ୟକ୍ଷତାରେ ବସିଥିବା ପ୍ରତିରକ୍ଷା ପରିଷଦ ବୈଠକରେ ମୋଟ ୪୫ ହଜାର କୋଟି ଟଙ୍କାମୂଲ୍ୟର ମୋଟ ୯ଟି କ୍ରୟ ପ୍ରସ୍ତାବକୁ ମଂଜୁରୀ ଦିଆଯାଇଛି । ଯୁଦ୍ଧବିମାନ ସମେତ ବିଭିନ୍ନ ଅସ୍ତ୍ର ସିଷ୍ଟମ କ୍ରୟ ଲାଗି ୪୫ ହଜାର କୋଟି ଟଙ୍କାର ପ୍ରସ୍ତାବକୁ ପ୍ରତିରକ୍ଷା ମନ୍ତ୍ରଣାଳୟ ଶୁକ୍ରବାର ମଞ୍ଜୁରୀ ଦେଇଛି । ଏହି ବିମାନ ଭାରତରେ ନିର୍ମିତ ହେବ ।
ମେକ୍ ଇନ୍ ଇଣ୍ଡିଆ କାର୍ଯ୍ୟକ୍ରମ ଅଧୀନରେ ହିନ୍ଦୁସ୍ତାନ ଏରୋନଟିକ୍ସ (ହାଲ୍) ଲିମିଟେଡ୍ ଏହି ସବୁ ବିମାନ ନିର୍ମାଣ କରିବ ବୋଲି ଜଣାପଡ଼ିଛି । ସୁଖୋଇ-୩୦ ଏମକେଆଇ ଲଢୁଆ ବିମାନ ଗତ କିଛି ବର୍ଷ ମଧ୍ୟରେ ଦୁର୍ଘଟଣାର ଶିକାର ହୋଇଥିବା ୧୨ଟି ବିମାନର ସ୍ଥାନ ନେବ। ଏହା ଏକ ମଲ୍ଟିରୋଲ ଲଢୁଆ ବିମାନ । ଏହି ବିମାନରେ ସ୍ଥଳ ଓ ଆକାଶ ମାର୍ଗରେ ଏକାସାଙ୍ଗ ଯୁଦ୍ଧ ଲଢ଼ିବାର କ୍ଷମତା ରହିଛି। ତେବେ ଏହି ବିମାନ ଭାରତରେ ତିଆରି ହେବ । ବାୟୁସେନାରେ ସୁଖୋଇ-୩୦ ଏମକେଆଇ ଲଢୁଆ ବିମାନ ସାମିଲ ହେବା ଦ୍ବାରା ବାୟୁସେନାର ଶକ୍ତି ଦ୍ବିଗୁଣିତ ହେବ ।