ଓଡ଼ିଶା 365 (ବ୍ୟୁରୋ) : ଶୁଭମନଙ୍କ ଲଢ଼ୁଆ ଶତକ ସର୍ତ୍ତେ ଏସିଆ କପ୍ ସୁପର-୪ର ଶେଷ ମ୍ୟାଚ୍ରେ ଭାରତକୁ ୬ ରନ୍ରେ ମାତ୍ ଦେଇଛି ବାଂଲାଦେଶ । ଏଥିସହ ଏସିଆ କପ୍ରେ ପ୍ରଥମ ପରାଜୟର ସ୍ଵାଦ ଚାଖିଛି ଭାରତ। ଟସ୍ ଜିତି ପ୍ରଥମେ ବାଂଲାଦେଶକୁ ବ୍ୟାଟିଂ ପାଇଁ ନିମନ୍ତ୍ରଣ ଦେଇଥିଲା ରୋହିତ ବାହିନୀ । ପ୍ରଥମେ ବ୍ୟାଟିଂ କରିଥିବା ବାଂଲାଦେଶ ୮ ଓ୍ଵିକେଟ୍ ହରାଇ ୨୬୫ ରନର ଲଢୁଆ ସ୍କୋର କରିଥିଲା । ଦଳ ପକ୍ଷରୁ ଅଧିନାୟକ ଶାକିବ ଉଲ ହସନ ୮୦ ରନର ଇନିଂସ ଖେଳିଥିବା ବେଳେ ଟୋହିଡ ହୃଦୟ ୫୪ ରନ ଏବଂ ନସୁମ ଅହମ୍ମଦ ୪୪ ରନ କରିଥିଲେ।
ଜବାବରେ ବ୍ୟାଟରଙ୍କ ବିଫଳତା ଯୋଗୁଁ ଭାରତ ୪୯.୫ ଓଭରରେ ୨୫୯ ରନରେ ଅଲଆଉଟ୍ ହୋଇଛି। ଶୁଭମନ ଗିଲ୍ ୧୨୧ ରନ ଓ ଅକ୍ଷର ପଟେଲଙ୍କ ୪୨ ରନ ପରେ ମଧ୍ୟ ଭାରତକୁ ପରାଜୟରୁ ରକ୍ଷା କରି ପାରିନଥିଲେ। ବାଂଲାଦେଶ ବୋଲର ଚମତ୍କାର ବୋଲିଂ କରି ଦଳକୁ ବିଜୟ କରାଇଥିଲେ । ରବିବାର ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଖେଳାଯିବ ଏସିଆ କପର ଫାଇନାଲ୍ ମୁକାବିଲା । ଭାରତ ମ୍ୟାଚ ଜିତି ବିଜୟ ବାନା ଉଡାଉ ବୋଲି ଆଶା ରଖିଛନ୍ତି କ୍ରିକେଟ ପ୍ରଶଂସକ ।