ଓଡ଼ିଶା 365 (ବ୍ୟୁରୋ) : ବିଶ୍ବକ୍ରିକେଟର ଭଗବାନ ମାଷ୍ଟ୍ରରବ୍ଲାଷ୍ଟର ସଚିନ ତେନ୍ଦୁଲକର ପାଲଟିଛନ୍ତି ଅନେକଙ୍କ ପ୍ରେରଣା,ସଭିଏଁ ପାଲଟିଯାଇଛନ୍ତି ତାଙ୍କ ଫ୍ୟାନ୍। ସେ ବଦଳାଇଛନ୍ତି କ୍ରିକେଟର ପରିଭାଷା । ଭାରତୀୟ କ୍ରିକେଟ କିମ୍ବଦନ୍ତୀ ସଚିନଙ୍କ ପ୍ରଶଂସାରେ ଶତମୁଖ ହୋଇଛନ୍ତି ଶ୍ରୀଲଙ୍କା ଲିଜେଣ୍ଡ ମୁରଲୀଧରନ, ଏକ ସାକ୍ଷାତକାରରେ କହିଛନ୍ତି ସଚିନ ପ୍ରଥମ ଦିନରୁ ଥିଲେ ଜିନିୟସ । କୌଣସି କ୍ରିକେଟର ତାଙ୍କ ଭଳି ହୋଇପାରିବେ ନାହିଁ । ମାତ୍ର ୧୪ ବର୍ଷ ବୟସରେ ସେ ଫାଷ୍ଟକ୍ଲାସ କ୍ରିକେଟରେ ଶତକ ହାସଲ କରିଥିଲେ । ୧୬ ବର୍ଷ ବୟସରେ ଦେଶକୁ ପ୍ରତିନିଧିତ୍ବ କରିବା ସହ ୧୭ ବର୍ଷରେ ପ୍ରଥମ ଅନ୍ତର୍ଜାତୀୟ ଶତକ ଅର୍ଜନ କରିଥିଲେ । ଏହା କୌଣସି କ୍ରିକେଟରଙ୍କ ଲାଗି ସମ୍ଭବ ନୁହେଁ ।
ବ୍ୟାଟରଙ୍କ ପାଇଁ ସଚିନ ସହଜ କରି ଦେଉଥିଲେ ବ୍ୟାଟିଂ ବୋଲି କହିଛନ୍ତି ଶ୍ରୀଲଙ୍କା ସ୍ପିନ ଲିଜେଣ୍ଡ ମୁଥିଆ ମୁରଲୀଧନ। ସେ ୨୦୧୦ରେ ଟେଷ୍ଟ କ୍ରିକେଟରୁ ଅବସର ନେଇଥିଲେ । ତାଙ୍କ ଉପରେ ନିର୍ମିତ ଏକ ବାୟୋପିକ ୮୦୦ ରିଲିଜ ହେବାକୁ ଯାଉଛି ଯେଉଁଥିରେ ମୁରଲୀଧରନ ୮୦୦ ୱିକେଟ ନେବାର ଉପଲବ୍ଧି ଓ ଗୃହଯୁଦ୍ଧ ସ୍ଥିତି ଦେଇ ଗତି କରୁଥିବା ଶ୍ରୀଲଙ୍କାର କ୍ରିକେଟ ସଫଳତା ବିଷୟ କାହାଣୀ ଆଧାରିତ ହୋଇଛି । ଫିଲ୍ମର ଟ୍ରେଲର ଲଞ୍ଚ କାର୍ଯ୍ୟକ୍ରମରେ ସଚିନ ତେନ୍ଦୁଲକର ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ ।