ଓଡ଼ିଶା 365 (ବ୍ୟୁରୋ) : ଜମ୍ମୁ କଶ୍ମିରରେ ଆତଙ୍କବାଦୀ ଆକ୍ରମଣରେ ୩ ଜଣ ଯବାନ ସହିଦ ହେବାପରେ ସେନା ପକ୍ଷରୁ ସର୍ଚ୍ଚ ଅପରେସନ ଜୋରଦାର ହୋଇଛି । ଦକ୍ଷିଣ କଶ୍ମୀରର ଅନନ୍ତନାଗ ଜିଲାରେ ସେନା ପକ୍ଷରୁ ସର୍ଚ୍ଚ ଅପରେସନ ଜୋରଦାର ଚାଲିଛି । ଅନନ୍ତନାଗର ବିଭିନ୍ନ ଅଂଚଳରେ ଡ୍ରୋନ ଯୋଗେ ଯାଞ୍ଚ କରାଯାଉଛି । ଅପରେଶନରେ ଡ୍ରୋନ ବ୍ୟବହାର କରାଯିବା ସହ ବର୍ତ୍ତମାନ ରକେଟ ଲଞ୍ଚର୍ ମଧ୍ୟ ନିୟୋଜିତ କରାଯାଇଛି। ଜିଲାର ପାହାଡିଆ ଅଞ୍ଚଳର ଜଙ୍ଗଲରେ ଲୁଚି ରହିଥିବା ଆତଙ୍କବାଦୀଙ୍କୁ ଖୋଜିବା ପାଇଁ ଅପରେଶନ କଡ଼ାକଡ଼ି କରିଛି ସେନା । ଗତ ତିନ ଧରି ଆତଙ୍କବାଦୀଙ୍କୁ ଧରିବା ପାଇଁ ସର୍ଚ୍ଚ ଅପରେଶନ ଜାରି ରହିଛି। ଡ୍ରୋନ ଦ୍ୱାରା ସୁରକ୍ଷା ବାହିନୀ ଆତଙ୍କବାଦୀଙ୍କ ଲୁଚି ରହିଥିବା ସ୍ଥାନରେ ମୋର୍ଟାର ଗୁଳି ଚଳାଇଛନ୍ତି। ସୁରକ୍ଷା ବାହିନୀ ସେହି ସବୁ ଅଞ୍ଚଳକୁ ସମ୍ପୂର୍ଣ୍ଣ ଘେରାଉ କରିଛନ୍ତି। ସନ୍ଦେହ ଜନକ ଅଂଚଳରେ ସେନା ଜୋରସୋର ସର୍ଚ୍ଚ ଅପରେସେନ ଚଳେଇଛି ।