ଓଡ଼ିଶା 365 (ବ୍ୟୁରୋ): ପୁରୀରେ ମୁମ୍ବାଇ- ପୁରୀ ଲୋକମାନ୍ୟ ତିଲକ ଏକ୍ସପ୍ରେସରୁ ମୃତଦେହ ଉଦ୍ଧାର। ଟ୍ରେନରୁ ରକ୍ତାକ୍ତ ମୃତଦେହ ଉଦ୍ଧାର କରିଛି ଆରପିଏଫ। ସକାଳ ୧୧ଟାରେ ଷ୍ଟେସନରେ ଟ୍ରେନ ପହଞ୍ଚିବା ପରେ ସବୁ ଯାତ୍ରୀ ଓହ୍ଲାଇଯାଇଥିଲେ। ଏହା ପରେ ଆରପିଏଫ କର୍ମଚାରୀ ଟ୍ରେନକୁ ଯାଞ୍ଚ କରିଥିଲେ। ଏଥିକି ବେଳେ ବଗିରେ ଏକ କ୍ଷତାକ୍ତ ଶରୀର ଦେଖିବାକୁ ପାଇଥିଲେ, ପରେ ରେଳବାଇ ଡାକ୍ତରଙ୍କୁ ଖବର ଦିଆଯାଇଥିଲା। ହେଲେ ଡାକ୍ତର ଆସି ତାଙ୍କୁ ମୃତ ଘୋଷଣା କରିଥିଲେ। ମୃତକଙ୍କ ପାଖରୁତାଙ୍କ ଆଧାର କାର୍ଡ ମିଳିଛି।
ମୃତକ ଜଣକ ବିହାର ରୋହତାସ୍ ଅଞ୍ଚଳର ଗଣେଶ ସିଂହ ବୋଲି ଜଣାପଡ଼ିଛି। ତେବେ ଟ୍ରେନ ମଧ୍ୟକୁ କିପରି ମୃତଦେହ ଆସିଲା ନା ତାଙ୍କୁ କିଏ ହତ୍ୟା କରିଛି ତାହା ସ୍ପଷ୍ଟ ହୋଇନି। ଏନେଇ ଖୋଳତାଡ଼ କରୁଛି ଆରପିଏଫ।