ଓଡ଼ିଶା 365 (ବ୍ୟୁରୋ): ବର୍ତ୍ତମାନ ସମୟରେ ଛୋଟ ଠାରୁ ବୟସ୍କ ସମସ୍ତେ ସିଗାରେଟ୍ ଟାଣୁଛନ୍ତି । ଯାହା ସ୍ୱାସ୍ଥ୍ୟ ପାଇଁ ବହୁତ କ୍ଷତିକାରକ ହୋଇଥାଏ । ଅଧିକାଂଶ ଲୋକ ସିଗାରେଟ୍ ଟାଣିବା ପରେ କୋଲ୍ଡଡ୍ରିଙ୍କ ପିଇଥାନ୍ତି ଯାହା ସ୍ୱାସ୍ଥ୍ୟ ପାଇଁ ବହୁତ କ୍ଷତିକାରକ ହୋଇଥାଏ । ଯଦି ଆପଣ ଉଭୟ ଜିନିଷକୁ ଏକାଠି ପିଅନ୍ତି ତେବେ ଆପଣଙ୍କ ଶରୀର ଉପରେ ଅନେକ କୁପ୍ରଭାବ ପକାଇଥାଏ । ନ୍ୟାସନାଲ ସେଣ୍ଟର ଫର ବାୟୋଟେକ୍ନୋଲୋଜି ସୂଚନା ଅନୁଯାୟୀ, ଯେତେବେଳେ ଆପଣ ପ୍ରତିଦିନ କୋଲ୍ଡଡ୍ରିଙ୍କ ପିଉଛନ୍ତି , ତେବେ ଆପଣଙ୍କ ଶରୀରରେ ଅଧିକ ଫ୍ରୁଟକୋଜ୍ ପରିମାଣ ଯଥେଷ୍ଟ ବୃଦ୍ଧି ପାଇଥାଏ । ଏହା ଆମ ଶରୀରର ମ୍ୟୁଟନ୍ସ ଆହୁରି ବଢାଇଥାଏ । ଏଥି ସହିତ, ସିଗାରେଟରେ ଥିବା ନିକୋଟିନ୍ ମଧ୍ୟ ଆମ ଶରୀରରେ ଏସ୍ ମ୍ୟୁଟାନ୍ସର ପରିମାଣ ମଧ୍ୟ ବଢାଏ। ଏପରି ପରିସ୍ଥିତିରେ, ଯେତେବେଳେ ଆମେ ଏକତ୍ର ସିଗାରେଟ୍ ଏବଂ କୋଲ୍ଡ ଡ୍ରିଙ୍କ୍ସ ପିଉ ଏହା ଆମ ଶରୀର ପାଇଁ ବିପଦ ଜନକ ଅଟେ ।
ରୋଗ ନିୟନ୍ତ୍ରଣ ଏବଂ ପ୍ରତିରୋଧ କେନ୍ଦ୍ର ରିପୋର୍ଟ ଅନୁଯାୟୀ, ସିଗାରେଟ୍ ଧୂଆଁ ଶରୀରର ପ୍ରାୟ ସମସ୍ତ ଅଙ୍ଗକୁ କ୍ଷତି ପହଞ୍ଚାଇଥାଏ । ଏହା ସହ ଅନେକ ରୋଗ ମଧ୍ୟ ସୃଷ୍ଟି କରିଥାଏ। ସିଗାରେଟ୍ ଟାଣିବା ଦ୍ଵାରା ଶ୍ଵାସକ୍ରିୟା, ରକ୍ତ ସଞ୍ଚାଳନ ପ୍ରଣାଳୀ, ପ୍ରଜନନ ପ୍ରଣାଳୀ, ଚର୍ମ ଏବଂ ଆଖି ତଥା ଆମର ଫୁସଫୁସକୁ ଖରାପ ପ୍ରଭାବିତ କରିଥାଏ । କେବଳ ଏତିକି ନୁହେଁ, ସିଗାରେଟ୍ରେ ମଧ୍ୟ ଅନେକ ପ୍ରକାରର କର୍କଟ ରୋଗର ଆଶଙ୍କା ବଢିଥାଏ। ରିପୋର୍ଟ ଅନୁଯାୟୀ, ଫୁସଫୁସ୍ କର୍କଟ ରୋଗରେ ଧୂମପାନ ଏକ ପ୍ରମୁଖ କାରଣ ହୋଇ ରହିଥାଏ।