ଓଡ଼ିଶା 365 (ବ୍ୟୁରୋ): ଦିନକୁ ଦିନ ରାଜ୍ୟବାସୀଙ୍କୁ ଆତଙ୍କିତ କରୁଛି ସ୍କ୍ରବ ଟାଇଫସ୍। କରୋନା ମହାମାରୀ ପରେ ଏବେ ସ୍କ୍ରବ ଟାଇଫସକୁ ନେଇ ଦେଖାଦେଇଛି କୋକୁଆ ଭୟ। ଏହି କୀଟ ଦ୍ୱାରା ଆକ୍ରାନ୍ତ ହୋଇ ବରଗଡରେ ୫ଜଣ ରୋଗୀଙ୍କ ମୃତ୍ୟୁ ହେଲାଣି। ଚିଗର୍ସ ନାମକ କୀଟ କାମୁଡିଲେ ହୋଇଥାଏ ସ୍କ୍ରବ ଟାଇଫସ୍ । ଆଉ ଏହା ଦ୍ୱାରା ଜ୍ୱର ହୁଏ , ଆଉ ଜ୍ୱର ନ କମିଲେ ଏହା ଶରୀର ପାଇଁ ଘାତକ ବି ହୋଇପାରେ । ବର୍ଷା ଦିନରେ ଏହା ବ୍ୟାପିବା ସମ୍ଭାବନା ଅଧିକ । ସାରା ରାଜ୍ୟରେ ଏବେ ଏକ ନୂଆ ଜ୍ୱର ସ୍କ୍ରବ ଟାଇଫସ ସାମ୍ନାକୁ ଆସିଛି । ଓଡିଶା ସମେତ ସାରା ଦେଶର ଏହି ଜ୍ୱର ବ୍ୟାପୁଛି । ସାଧାରଣତଃ ଗାଁ ଗଣ୍ଡାରେ ଏହି ଜ୍ୱର ଅଧିକ ବ୍ୟାପୁଥିବା ଦେଖିବାକୁ ମିଳୁଛି । ବରଗଡ, ନବରଙ୍ଗପୁର ଓ ସୁନ୍ଦରଗଡରେ ମଧ୍ୟ ଏହି ରୋଗ ବ୍ୟାପୁଛି । କେନ୍ଦୁଝରରୁ ଅଧିକ ମାମଲା ସାମ୍ନାକୁ ଆସିଛି । ଭିମସାରରେ ବର୍ତମାନ ସୁଦ୍ଧା ୩୦ ରୋଗୀ ଚିକିତ୍ସା ପାଇଁ ଆସିଥିବା ଜଣାପଡିଛି । ତେବେ ଏଥିରେ ଆକ୍ରାନ୍ତ ହୋଇ ବରଗଡ଼ ୧୨ ଦିନରେ ଗଲାଣି ୫ଜଣ ରୋଗୀଙ୍କ ଜୀବନ।
ଆଜି ୪ ଜଣଙ୍କ ରକ୍ତନମୁନାରୁ ପିଜେଟିଭ ଚିହ୍ନଟ । ଗତକାଲି ପୁଣି ୧୪ ରକ୍ତ ନମୁନା ପରୀକ୍ଷାରୁ ଆହୁରି ୫ ଜଣଂଙ୍କୁ ଚିହ୍ନଟ କରାଯାଇଛି । ସମସ୍ତରୋଗୀ ପଦ୍ମପୁର ଅଞ୍ଚଳର ଖଲା ବାହାଲ ,ଚାରପାଲି, ବୁକୁରା ମୁଣ୍ଡା, ବୁଗୁଡା ଓ କୁମୁନି ବାହାଲର ବୋଲି ଜଣା ପଡିଛନ୍ତି । ସମସ୍ତଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଠିକ ରହିଛି ଏବଂ ପଦ୍ମପୁର ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି ।