ଓଡ଼ିଶା 365 (ବ୍ୟୁରୋ): ଅଣ୍ଡା ଖାଇବାକୁ ଛୋଟ ଠାରୁ ବୟସ୍କ ସମସ୍ତେ ଭଲ ପାଆନ୍ତି । ଏଥିରେ ଭରପୁର ମାତ୍ରାରେ ପ୍ରୋଟିନ୍ ରହିଥାଏ । କେବଳ ଖାଦ୍ୟ ରୂପରେ ନୁହେଁ ଅଣ୍ଡାକୁ କେଶ ଏବଂ ତ୍ୱଚାରେ ବ୍ୟବହାର କରାଯାଇଥାଏ । ଅଣ୍ଡାରେ ପ୍ରୋଟିନ୍, ଭିଟାମିନ୍ ଡି, ଭିଟାମିନ୍ ଈ୧୨ ଏବଂ ଆଇରନ୍ ଥାଏ । ଅଣ୍ଡା ଖାଇବା ହାର୍ଟ, ହାଡ ଏବଂ ମସ୍ତିଷ୍କ ପାଇଁ ବହୁତ ଭଲ ହୋଇଥାଏ । ମଧୁମେହ, ହୃଦରୋଗ, ସଂକ୍ରମଣ ଏବଂ ଆଖି ଜନିତ ସମସ୍ୟାକୁ ଭଲ କରିବା ପାଇଁ ଅଣ୍ଡା ବେଶ୍ ସହାୟକ ହୋଇଥାଏ । କିଛି ଲୋକ ଅଣ୍ଡା ଖାଇବାକୁ ଏତେ ମାତ୍ରାରେ ଭଲ ପାଆନ୍ତି ଯେ, ଏକାଥରକେ ଅଧିକ ଅଣ୍ଡା କିଣନ୍ତି ଆଉ ଅଣ୍ଡାକୁ ସତେଜ ରଖିବା ପାଇଁ ସେଗୁଡିକ ଫ୍ରିଜରେ ରଖନ୍ତି । ହେଲେ ତାହା ଭଲ ନା ଖରାପ ଆସନ୍ତୁ ଜାଣିବା ।
ଅଣ୍ଡା ଫ୍ରିଜରେ ରହିବା ଉଚିତ୍ ନୁହେଁ । କାରଣ ଅଣ୍ଡା ସ୍ୱାଭାବିକ ଭାବରେ ଆର୍ଦ୍ରତାରେ ରହିଥାଏ । ଯଦି ଅଣ୍ଡା ଫ୍ରିଜ୍ରେ ରଖାଯାଏ, ତେବେ ଏହା ଭିତରେ ଥିବା ନାଳ ଅଂଶକୁ ପ୍ରଭାବିତ କରିଥାଏ ଫ୍ରିଜ୍ । ଅଣ୍ଡାର ଆଭ୍ୟନ୍ତରୀଣ ଗଠନ ଏହାର ଗୁଣ ଏବଂ ଗଠନ ଉପରେ ବେଶ୍ ପ୍ରଭାବ ପକାଇଥାଏ । ତେବେ ଯଦି ଆପଣ ଅଣ୍ଡାକୁ ସତେଜ ରଖିବାକୁ ଚାହୁଁଛନ୍ତି, ତେବେ ଫ୍ରିଜର ତାପମାତ୍ରାକୁ ପାଖାପାଖି ୪ ଡିଗ୍ରୀ ସେଲସିୟସ୍ ରଖନ୍ତୁ । ଏପରି ହେଲେ ଅଣ୍ଡା ୩ ରୁ ୫ ସପ୍ତାହ ପର୍ୟ୍ୟନ୍ତ ସତେଜ ରହିବ ଏବଂ ନଷ୍ଟ ହେବ ନାହିଁ ।