ଓଡ଼ିଶା 365 (ବ୍ୟୁରୋ) : ଦେଶରେ ବୃଦ୍ଧି ପାଇବାରେ ଲାଗିଛି କର୍କଟ ରୋଗୀଙ୍କ ସଂଖ୍ୟା । ରୋଗିଙ୍କ ତୁଳନାରେ ଦେଶରେ କେବଳ ପ୍ରାୟ ୧୫ ପ୍ରତିଶତ କର୍କଟ ରୋଗି ରହିଛନ୍ତି । ତେବେତ ଏହି କର୍କଟ (କ୍ୟାନ୍ସର) ରୋଗର ନାଁ ଶୁଣିଲେ ବହୁତ ଡର ଲାଗେ । ଏହି ରୋଗକୁ ନେଇ ସମସ୍ତଙ୍କ ମନରେ ଭୟ ହିଁ ରହିଥାଏ । ଶରୀରର କୌଣସି ଅଙ୍ଗରେ ଅବସ୍ଥିତ କୋଷିକା ମାନଙ୍କର ଅନିୟନ୍ତ୍ରିତ ବୃଦ୍ଧି କ୍ୟାନ୍ସରର କାରଣ ବନିଥାଏ । ତେବେ ଏପରି ତ ଶରୀରର କୋଶିକ ଗୁଡିକ ଆବଶ୍ୟକ ଅନୁସାରେ ବିଭାଜିତ ହୋଇଯାନ୍ତି, କିନ୍ତୁ ଯେତେବେଳେ ଏହା ଲଗାତାର ବୃଦ୍ଧି ପାଇଥାଏ ତାହା କ୍ୟାନ୍ସରର ରୂପ ନେଇଥାଏ । କିନ୍ତୁ ଅନେକ ଲୋକ ଏହାର ଲକ୍ଷଣକୁ ନଜର ଅନ୍ଦାଜ କରି ଦିଅନ୍ତି ଯାହା ଫଳରେ ତାହା ଶରୀରରେ ଅଧିକ ବ୍ୟାପିବା ପରେ ହିଁ ଜଣା ପଡିଥାଏ । ତେବେ ଶରୀରକୁ ଏହି ରୋଗ ଗ୍ରାସ କରିବା ପୂର୍ବରୁ ଶରୀରେ ଦେଖିବାକୁ ମିଳିଥାଏ କିଛି ଲକ୍ଷଣ । ସୂଚନା ଅନୁଯାୟୀ, ଶରୀରରେ ଥିବା ଅନିୟନ୍ତ୍ରଣ କୋଷିକାର କାରଣ କ୍ୟାନ୍ସର ହୋଇପାରେ । ଶରୀରର ଏହି କୋଷିକା ଆବଶ୍ୟକ ଅନୁଯାୟୀ ବିଭାଜିତ ହୋଇଥାଏ । ମାତ୍ର ଯେବେ ଏହା ଲଗାତାର ବୃଦ୍ଧି କରିବାକୁ ଲାଗିଥାଏ ତେବେ ଏହା କ୍ୟାନ୍ସର ର ରୂପ ନେଇଥାଏ ।
କୋଷିକା ର ଏହି ଅସମାନତା ବିକାଶକୁ କ୍ୟାନ୍ସର କୁହାଯାଏ । ଏହାପରେ କ୍ୟାନ୍ସର କୋଷିକାର ଏକ ସମୂହ ବନିଯାଇଥାଏ । ଆଉ ଏହି ସମୂହ ଟିଉମରର ରୂପ ନେଇଥାଏ । ଏହି ଟିଉମର କୋଷିକାକୁ ସଂପୂର୍ଣ୍ଣ ଭାବେ ନଷ୍ଟ କରିଦେଇଥାଏ । କ୍ୟାନ୍ସର ଅଙ୍ଗ ତଥା କୋଷିକାଙ୍କ ଉପରେ ନିରୂପଣ କରାଯାଇଥାଏ । ଯଥା ବ୍ଲଡ଼ କ୍ୟାନ୍ସର, ଗଳାର କ୍ୟାନ୍ସର ମୁହଁର କ୍ୟାନ୍ସର, ବ୍ରେଷ୍ଟ କ୍ୟାନ୍ସର, ସରଭାଇକାଲ କ୍ୟାନ୍ସର, ଫୁସ ଫୁସରେ କ୍ୟାନ୍ସର, ପ୍ରୋଇଷ୍ଟେଡ କ୍ୟାନ୍ସର, ଲିଭର କ୍ୟାନ୍ସର, ଆହୁରି ଅନେକ ପ୍ରକାରର କ୍ୟାନ୍ସର ଦେଖାଯାଇଥାଏ । ଏଥିସହିତ ପେଟରେ କ୍ୟାନ୍ସର ହୋଇଥିଲେ ତାହା ସହଜରେ ଜଣା ପଡି ନ ଥାଏ । ଏହା ଜଣା ପଡିବା ବେଳକୁ କ୍ୟାନ୍ସର କୋଷିକା ପେଟରେ ଖୁବ ଖ୍ଯାତି ଘଟାଇ ସାରିଥାନ୍ତି । ପେଟରେ ଦରଜ ହେବ, ଅଧିକ କୋଷ୍ଠକାଠିନ୍ଯ ହେବା, ପେଟ ଫୁଲିବା ଆଦି ପେଟ କ୍ୟାନ୍ସରର ଲକ୍ଷଣ ହୋଇପାରେ।ତେବେ ବ୍ଲଡ଼ କ୍ୟାନ୍ସର ଆମ ରକ୍ତର ଶ୍ଵେତ ରକ୍ତକଣିକାରେ ହୋଇଥାଏ । ଏକ ପ୍ରକାର ବ୍ଲଡ଼ କ୍ୟାନ୍ସର ବହୁତ ତୀବ୍ର ଗତିରେ ଶରୀରରେ ବ୍ୟାପି ଯାଏ ଓ ଅନ୍ଯଟି ଧିରେ ଧିରେ ବ୍ୟାପେ ଓ ଏହାର ଚିକିତ୍ସା ମଧ୍ୟ ସମ୍ଭବ ।
ରକ୍ତର ଅଭାବ ହେବା, ଅଧିକ ଜ୍ଵର ହେବା, ଶରୀରର ଅଙ୍ଗରୁ ରକ୍ତସ୍ରାବ ହେବା ବ୍ଲଡ଼ କ୍ୟାନ୍ସରର ଲକ୍ଷଣ ହୋଇପାରେ । ଶରୀରର କୌଣସି ଅଙ୍ଗର ହାଡରେ କ୍ୟାନ୍ସର ହୋଇଥିଲେ ତାହା ଆରମ୍ଭରୁ ବ୍ୟଥା କରିଥାଏ ଓ ସମୟ ସହ ଏହା ବଢିଥାଏ । ତେବେ ଗଳାରେ ଲଗାତାର ଜ୍ଵଳନ ହେବା, ନିଃଶ୍ଵାସ ନେବାରେ ଅସୁବିଧା ହେବା, ଦୀର୍ଘ ସମୟ ଧରି କାଶ ହେବା, ବାରମ୍ବାର ସ୍ଵର ଖରାପ ହେବା ଆଦି ଗଳା କ୍ୟାନ୍ସରର ଲକ୍ଷଣ ହୋଇପାରେ । କିଛି ଗଳା କ୍ୟାନ୍ସର ଯୋଗୁଁ କାନରେ ମଧ୍ୟ ବ୍ୟଥା ହୋଇଥାଏ । କାରଣ ଗଳା ଓ କାନର ମାଂସପେଶୀ ପରସ୍ପର ସହ ଜଡିତ ଅଛନ୍ତି । ଶରୀରର ଯେକୌଣସି ଅଙ୍ଗରେ ଦୀର୍ଘ ସମୟ ଧରି ଫୁଲା,ବ୍ୟଥା ଆଦି ରହୁଥିଲେ ଓ ଅସାମାନ୍ୟ ଅନୁଭବ ହେଉଥିଲେ ତାହା ହେଳା ନକରି ତୁରନ୍ତ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ । ପ୍ରକାଶ ଥାଉ ଯେ, ଧୂମ୍ରପାନ କରୁଥିବା ବ୍ୟକ୍ତିଙ୍କ ଚାରିପାଖରେ ରହୁଥିବା ଲୋକମାନଙ୍କୁ କ୍ୟାନ୍ସର ହେବାର ସମ୍ଭାବନା ଅଧିକ ରହିପାରେ । ଏକ ଅଧ୍ୟୟନରୁ ଜଣାପଡିଛି ଯେ ଧୂମପାନ, ମଦ୍ୟପାନ ଏବଂ ଅତ୍ୟଧିକ ଓଜନ କ୍ୟାନ୍ସର ରୋଗ ପାଇଁ ପ୍ରମୁଖ କାରଣ ।