ଓଡ଼ିଶା 365 (ବ୍ୟୁରୋ): ବର୍ତ୍ତମାନ ସମୟରେ ପୁରୁଷ ଅବା ମହିଳା ଅଫିସ କିମ୍ବା ଯେକୌଣସି କର୍ମକ୍ଷେତ୍ରରେ ଦୀର୍ଘ ସମୟ ଧରି ବସି ରହଥାନ୍ତି । କାରଣ ଆଜିକାଲି ଦୁନିଆରେ ଭଲରେ ଚଳିବା ପାଇଁ ହେଲେ ଏବଂ ଭଲରେ ମୁଠାଏଁ ଖାଇବାକୁ ହେଲେ ଟଙ୍କାର ଆବଶ୍ୟକତା ଦରକାର ପଡ଼ିଥାଏ । ସେଥିପାଇଁ ଆପଣ ମାନଙ୍କୁ ରୋଜଗାର କରିବାକୁ ପଡିଥାଏ । ଆଉ ଏଥିପାଇଁ ଅଫିସରେ କିମ୍ବା ଯେକୌଣସି କର୍ମକ୍ଷେତ୍ରରେ ୮ରୁ୯ ଘଣ୍ଟା ପରିଶ୍ରମ କରିବାକୁ ପଡିଥାଏ ।
ହେଲେ ଆପଣ ଜାଣନ୍ତି କି, ଦୀର୍ଘ ସମୟ ଧରି ବସି ରହିବା ଯୋଗୁଁ ଅନେକ ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଦେଇଥାଏ । ଗୋଟିଏ ସ୍ଥାନରେ କିମ୍ବା କମ୍ପ୍ୟୁଟର ସାମ୍ନାରେ ଦୀର୍ଘ ସମୟ ଧରି ବସି ରହିବା ହାର୍ଟ ପାଇଁ କ୍ଷତିକାରକ ହୋଇଥାଏ। ଯାହା ପାଇଁ ବିଭିନ୍ନ ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଦେଇଥାଏ ଯେପରିକି, ହୃଦ ରୋଗ, ଡାଇବେଟିସ, ମେଦବହୁଳତା, ଉଚ୍ଚ ରକ୍ତଚାପ, ଓଭାରିଆନ କ୍ୟାନସର, କୋଲୋନ କ୍ୟାନସର ଭଳି ସମସ୍ୟା ଆପଣଙ୍କ ଶରୀରରେ ସୃଷ୍ଟି ହୋଇଥାଏ । ଦୀର୍ଘ ସମୟ ବସି ରହିବା ଫଳରେ ଶରୀରର ବିଭିନ୍ନ ଅଙ୍ଗକୁ ରକ୍ତ ସଂଚାଳନ ସଠିକ୍ ଭାବେ ହୋଇନଥାଏ । ଅଧିକ ସମୟ ବସି ରହିବା ଫଳରେ ଗୋଡର ମାଂସପେଶୀ ଗୁଡିକ ଦୁର୍ବଳ ହେଇଯାଏ । ଯାହାଫଳରେ ଆପଣଙ୍କ ଗୋଡ଼ ବହୁତ ଯନ୍ତ୍ରଣା ହୋଇଥାଏ ।
ସୂଚନା ଅନୁଯାୟୀ, ଯେଉଁମାନେ ଅଧିକ ସମୟ ବସି ରହନ୍ତି ସେମାନଙ୍କ ମଧ୍ୟରେ ହୃଦଘାତର ସମ୍ଭାବନା ୧୪୭ ପ୍ରତିଶତ ଅଧିକ ଥାଏ । ମହିଳାଙ୍କ ଅପେକ୍ଷା ପୁରୁଷ ମାନଙ୍କ କ୍ଷେତ୍ରରେ ଏହି ସମସ୍ୟା ଅଧିକ ଦେଖାଦେଇଥାଏ । ପୁରୁଷମାନେ ଅଧିକ ସମୟ ବସି ରହିବା ଫଳରେ ସେମାନଙ୍କୁ କୋଲେନ୍ କ୍ୟାନସର ହେବାର ସମ୍ଭାବନା ୨୦ ପ୍ରତିଶତ ଅଧିକ ଥାଏ ।