ଓଡ଼ିଶା 365 (ବ୍ୟୁରୋ) : ପାଚିଲା ଅମୃତଭଣ୍ଡା ଖାଇବା ସମସ୍ତଙ୍କୁ ପସନ୍ଦ ହୋଇଥାଏ । ଏହା ପାଟିକୁ ସ୍ୱାଦିଷ୍ଟ ଲାଗିବା ସହ ଶରୀରକୁ ଦରକାରୀ ପୋଷକତତ୍ୱ ଯୋଗାଇବା ସହ ଶରୀର ସୁସ୍ଥ ରଖିବାରେ ମଧ୍ୟ ସହାୟକ ହୋଇଥାଏ । ଆଜି ଆସନ୍ତୁ ଜାଣିବା ଭଣ୍ଡା ଖାଇବା ଦ୍ୱାରା ଆମ ଶରୀରର କେତେ ଲାଭ ଓ କ୍ଷତି ହୋଇଥାଏ । ଅମୃତଭଣ୍ଡାକୁ ପ୍ରଥମେ ମେକ୍ସିକୋରେ ଆବିଷ୍କାର କରାଯାଇଥିଲା । କାରିବିଆନ୍ ଏବଂ ଫ୍ଲୋରିଡାରେ ମଧ୍ୟ ଏହା ଅଧିକ ପରିମାଣରେ ଦେଖାଯାଇଥାଏ । ମିଳିତ ଜାତିସଂଘର ଖାଦ୍ୟ ଏବଂ କୃଷି ସଂଗଠନ ଅନୁଯାୟୀ, ଭାରତରେ ଅମୃତଭଣ୍ଡା ଅଧିକ ଉତ୍ପାଦନ ହୋଇଥାଏ । ରିପୋର୍ଟ ଅନୁସାରେ 2013ରେ ଭାରତ 5 ନିୟୁତ ଟନ୍ରୁ ଅଧିକ ଅମୃତଭଣ୍ଡା ଉତ୍ପାଦନ କରିଥିଲା । ଯଦି ଆପଣ ପୁଷ୍ଟି ସାର ଖାଦ୍ୟ ଅଧିକ ପରିମାଣରେ ଖାଇବାକୁ ଚାହୁଁଛନ୍ତି ତେବେ ପ୍ରତିଦିନ ସକାଳୁ କିଛି ପରିମାଣରେ ଅମୃତଭଣ୍ଡା ଖାଇବାକୁ ଚେଷ୍ଟା କରନ୍ତୁ । ଏହା ଆପଣଙ୍କ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବଢ଼ିବାରେ ସାହାର୍ଯ୍ୟ କରିଥାଏ ।
ଅମୃତ ଭଣ୍ଡାରେ ମିଳୁଥିବା ଆଣ୍ଟିଅକ୍ସିଡାଣ୍ଟ ବିଟା-କାରୋଟିନ୍ ଶରୀରରୁ କର୍କଟ ରୋଗର ଆଶଙ୍କା କମାଇଥାଏ । କ୍ୟାନ୍ସର ଏପିଡେମୋଲୋଜି ଏବଂ ପ୍ରିଭେନସନ୍ ବାୟୋମାର୍କ ପତ୍ରିକାରେ ପ୍ରକାଶିତ ଏକ ଅଧ୍ୟୟନ ଅନୁଯାୟୀ, ଅମୃତଭଣ୍ଡାରେ ବିଟା-କାରୋଟିନ ଭରପୂର ରହିଥାଏ ଯାହା କର୍କଟ ରୋଗରୁ ଶରୀରକୁ ରକ୍ଷା କରିଥାଏ । ଶରୀରରେ ଭିଟାମିନ୍ କେ ଅସ୍ଥିକୁ ମଜଭୁତ କରିଥାଏ । ତେଣୁ ଉତ୍ତମ ସ୍ୱାସ୍ଥ୍ୟ ପାଇଁ ପର୍ଯ୍ୟାପ୍ତ ପରିମାଣର ଭିଟାମିନ୍ କେ ବ୍ୟବହାର ଗୁରୁତ୍ୱପୂର୍ଣ୍ଣ । ଅମୃତଭଣ୍ଡାରେ ଭିଟାମିନ କେର ମାତ୍ରା ଅଧିକ ଥିବାରୁ ଏହା ଶରୀର ପାଇଁ ହିତକର ହୋଇଥାଏ ।