ଓଡ଼ିଶା 365 (ବ୍ୟୁରୋ): ଆକ୍ସନ ମୋଡରେ ହରିଆଣା ପୁଲିସ । ନୁହରେ ହୋଇଥିବା ହିଂସା ମାମଲାରେ କଂଗ୍ରେସ ବିଧାୟକ ମାମନ ଖାଁଙ୍କକୁ ପୁଲିସ ଗିରଫ କରିଛି । ଏହାସହ ଆଇନ ସୃଙ୍ଖଳାକୁ ଦୃଷ୍ଟିରେ ଜିଲ୍ଲାରେ ପୁଣି ୧୪୪ ଧାରା ଲାଗୁ କରାଯାଇଛି। ସେହିପରି ୧୬ ସେପ୍ଟେମ୍ବର ରାତି ୧୨ଟା ପର୍ଯ୍ୟନ୍ତ ଇଣ୍ଟରନେଟ ସେବାକୁ ବନ୍ଦ କରି ଦିଆଯାଇଛି। ମାମନ ଖାଁ ଗିରଫ ହେବା ପରେ ହରିୟାଣା ସରକାର ଏହି ବଡ ନିଷ୍ପତ୍ତି ନେଇଛନ୍ତି। ସୂଚନା ଅନୁସାରେ, ମାମନ ଖାଁଙ୍କୁ ରାଜସ୍ଥାନରୁ ଗିରଫ କରାଯାଇଥିଲା। ଏହା ପରେ ଜିଲାରେ ସୁରକ୍ଷା ବୃଦ୍ଧି କରାଯାଇଥିଲା। ନୁହ ଜିଲାରେ କଂଗ୍ରେସ ବିଧାୟକ ମାମନ ଖାଁ ଗିରଫ ହେବା ପରେ ଉତ୍ତେଜନା, ହିଂସା, ସରକାରୀ ତଥା ବେସରକାରୀ ସମ୍ପତ୍ତି ନଷ୍ଟ ହେବା ଏବଂ ଏହି ଅଞ୍ଚଳରେ ସାର୍ବଜନିନ ଶାନ୍ତି ଭଙ୍ଗ ହେବା ଦୃଷ୍ଟିରେ ରଖି ଧାରା ୧୪୪ଲାଗୁ କରିବାକୁ ନିଷ୍ପତ୍ତି ନିଆଯାଇଛି। ମିଥ୍ୟା ଗୁଜବ ପ୍ରଚାର ମାଧ୍ୟମରେ ଇଣ୍ଟରନେଟ ସେବାଗୁଡିକର ଅପବ୍ୟବହାର ହେବାର ସମ୍ଭାବନାକୁ ଦୃଷ୍ଟିରେ ରଖି ଇଣ୍ଟରନେଟ ସେବା ବନ୍ଦ ହୋଇଯାଇଛି। ଲୋକଙ୍କୁ ନିର୍ଦ୍ଦେଶକୁ କଡାକଡି ପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏଥି ସହିତ ଶୁକ୍ରବାର ମୁସଲମାନ ସମ୍ପ୍ରଦାୟର ଜୁମ୍ମା ନମାଜ ଘରେ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ମାମନ ଖାଁ ଗିରଫ ହେବା ପରେ ପୋଲିସ ସତର୍କତାମୂଳକ ପଦକ୍ଷେପ ଭାବରେ ସମସ୍ତ ପ୍ରତିବନ୍ଧକ ଲଗାଇଛି ।