ଓଡ଼ିଶା 365 (ବ୍ୟୁରୋ) : ରାଜସ୍ଥାନ ଦୁର୍ନୀତି ମୁକ୍ତ ହେବ । ଦୁର୍ନୀତିରୁ ମୁକ୍ତ କରି ରାଜସ୍ଥାନରେ ରାମ ରାଜ୍ୟ ଗଠନ ହେବ । କେନ୍ଦ୍ର ମନ୍ତ୍ରୀ ଅନୁରାଗ ଠାକୁର ରାଜସ୍ଥାନ ଭିଲୱାରାଠାରେ ଏକ ଜନ ସମାବେଶକୁ ସମ୍ବୋଧିତ କରି ଏଭଳି କହିଛନ୍ତି । କେନ୍ଦ୍ର ମନ୍ତ୍ରୀ ଅନୁରାଗ ଠାକୁର ରାଜ୍ୟର କଂଗ୍ରେସ ସରକାରଙ୍କ ଉପରେ ଖୁବ ବର୍ଷିଛନ୍ତି । କଂଗ୍ରେସ କେବଳ ଭଷ୍ଟାଚାର ଓ ଦୁର୍ନୀତି କରୁଛି ବୋଲି କହିଛନ୍ତି ଅନୁରାଗ ଠାକୁର । ଏହାସହ ଏଠାରେ ରାମ ରାଜ୍ୟ ସୃଷ୍ଟି କରି ଭାଜପା ରାଜସ୍ଥାନକୁ ଦୁର୍ନୀତି ମୁକ୍ତ କରିବ। ଭାଜପା ସବକା ସାଥ, ସବକା ବିକାଶରେ ବିଶ୍ୱାସ କରେ। ରାଜସ୍ଥାନରେ ସରକାର ଗଠନ କରିବା ପରେ ଆମେ ରାଜ୍ୟକୁ ଦୁର୍ନୀତି ମୁକ୍ତ କରିବୁ। ମହିଳା ଏବଂ ଜଙ୍ଗଲ ରାଜ ବିରୋଧରେ ଅପରାଧ ଶେଷ ହେବ ଏବଂ ଏଠାରେ ଆମେ ରାମ ରାଜ୍ୟ ସୃଷ୍ଟି କରିବୁ ବୋଲି ବୋଲି କହିଛନ୍ତି କେନ୍ଦ୍ର ମନ୍ତ୍ରୀ ଅନୁରାଗ ଠାକୁର । ରାଜସ୍ଥାନରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ ବିଜେପି ସମ୍ପୂର୍ଣ୍ଣ ଶକ୍ତି ସହିତ ମଇଦାନକୁ ପ୍ରବେଶ କରିଛି। ଭିଲୱାରାଠାରେ ଜନ ସମାବେଶକୁ ସମ୍ବୋଧିତ କରି କଂଗ୍ରେସ ଉପରେ କଡା ପ୍ରହାର କରିଛନ୍ତି ଅନୁରାଗ ଠାକୁର ।