ଓଡ଼ିଶା 365 (ବ୍ୟୁରୋ) : ବଢିଲା ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତଥା ଏଏପି ନେତା ମନୀଷ ସିସୋଡିଆ ଅଡୁଆ ।ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସିସୋଡିଆଙ୍କୁ ସୁପ୍ରିମକୋର୍ଟରୁ ବଡ ଝଟକା ଲାଗିଛି। ମଦ ଦୁର୍ନୀତି ମାମଲାରେ ସିସୋଡିଆଙ୍କ ଜାମିନ ଆବେଦନ ଉପରେ ଶୁଣାଣି କରି ଅକ୍ଟୋବର ୪ ପର୍ଯ୍ୟନ୍ତ ସ୍ଥଗିତ ରଖିଛନ୍ତି ସୁପ୍ରିମକୋର୍ଟ । ପରବର୍ତ୍ତି ଶୁଣାଣି ଆସନ୍ତା ଅକ୍ଟୋବର ୪ତାରିଖରେ ହେବା ର ସମ୍ଭାବନା ଅଛି । ତେବେ କୋର୍ଟରେ ସିସୋଡିଆଙ୍କ ପକ୍ଷରୁ ହାଜର ହୋଇଥିବା ବରିଷ୍ଠ ଓକିଲ ଅଭିଷେକ ସିଂଘବି କହିଛନ୍ତି , ଏହି ମାମଲାରେ ଯୁକ୍ତି କରିବା ପାଇଁ ତାଙ୍କୁ ଦୁଇ ତିନି ଘଣ୍ଟା ଦରକାର। ଏହା ଉପରେ ଜଷ୍ଟିସ ସଞ୍ଜୀବ ଖନ୍ନା ଏବଂ ଏସ୍ବିଏନ ଭଟ୍ଟଙ୍କ ବେଞ୍ଚ ଆଗାମୀ ତାରିଖ ପର୍ଯ୍ୟନ୍ତ ସ୍ଥଗିତ ରଖିବାକୁ ନିଷ୍ପତ୍ତି ନେଇଛନ୍ତି ।