ଓଡ଼ିଶା 365 (ବ୍ୟୁରୋ): ଚର୍ଚ୍ଚାରେ ସନ୍ନି ଦେଓଲ । ୯୦ ଦଶକରେ ଗୋଟିଏ ପରେ ଗୋଟିଏ ସୁପରହିଟ ଫିଲ୍ମ ଦେଇଥିଲେ। ଗତ ମାସରେ ମୁକ୍ତିଲାଭ କରିଥିବା ସନ୍ନି ଦେଓଲଙ୍କ ଚଳଚ୍ଚିତ୍ର ‘ଗଦର-୨’ ବକ୍ସ ଅଫିସରେ ଏକ ବଡ଼ ସଫଳତା ପାଇ ୫୦୦ କୋଟିରୁ ଅଧିକ ଆୟ କରିଥିଲା। ଯାହାକୁ ନେଇ ନିର୍ମାତା ବେଶ୍ ଖୁସି ହୋଇଥିଲେ । ଏହାର ସଫଳତା ପାଇଁ ସନ୍ନି ମୁମ୍ବାଇରେ ଏକ ପାର୍ଟି ମଧ୍ୟ ଦେଇଥିଲେ । ଏହି ପାର୍ଟିରେ ବଲିଉଡର ବଡ଼ ବଡ଼ ଷ୍ଟାରମାନେ ଯୋଗ ଦେଇଥିଲେ ।
ସନ୍ନି ଦେଓଲ ଜଣେ ଅଭିନେତା ଏହାସହ ବର୍ତ୍ତମାନ ପଞ୍ଜାବର ଗୁରୁଦାସପୁରର ଭାଜପା ଲୋକସଭା ଏମ୍ପି। ଅଭିନେତାରୁ ରାଜନେତା ପାଲଟିଥିବା ସନ୍ନି ଭବିଷ୍ୟତ ରାଜନୀତିକୁ ନେଇ ମୁହଁ ଖୋଲିଛନ୍ତି । ଇଣ୍ଡିଆ ଟିଭିର ସାପ୍ତାହିକ ଶୋ’ ଆପ କି ଅଦାଲତରେ ଅନେକ ପ୍ରସଙ୍ଗରେ ଖୋଲାଖୋଲି ଭାବେ କହିଥିଲେ ଯେ । ଲୋକସଭାରେ ତାଙ୍କ ଉପସ୍ଥିତିକୁ ନେଇ ଅନେକ ପ୍ରଶ୍ନ ଉଠିଥିଲା। ୨୦୧୯ରେ ଏମ୍ପି ହେବା ପରେ ସନ୍ନି ଦେଓଲ ମାତ୍ର ୧୯ ଥର ସଂସଦକୁ ଯାଇଛନ୍ତି। ଏହି ପ୍ରଶ୍ନ ଉପରେ ସନ୍ନି ସ୍ବୀକାର କରିଛନ୍ତି ଯେ, ସଂସଦରେ ତାଙ୍କର ଉପସ୍ଥିତି କମ୍। ଏହା ସହିତ ସେ ମଧ୍ୟ ଜନସାଧାରଣଙ୍କ ନିକଟରେ କ୍ଷମା ପ୍ରାର୍ଥନା କରିଛନ୍ତି।
ଏହା ସହିତ ସେ କହିଛନ୍ତି ରାଜନୀତି ମୋ ଦୁନିଆ ନୁହେଁ, ବରଂ ଚଳଚ୍ଚିତ୍ର ହିଁ ମୋ ଦୁନିଆ । ଜନସାଧାରଣ ଚାହାଁନ୍ତି ଯେ ମୁଁ ଭଲ ଚଳଚ୍ଚିତ୍ର ତାଙ୍କ ମାନଙ୍କୁ ଭେଟିଦବା ଉଚିତ୍ । ତେବେ ସନି୍ନଙ୍କ କଥାରୁ ଜଣା ପଡୁଛି ଯେ, ସନି ଦେଓଲ ଆଗାମୀ ସାଧାରଣ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବା ସପକ୍ଷରେ ନାହାଁନ୍ତି। ସେ ତାଙ୍କ ଚଳଚ୍ଚିତ୍ର ଦୁନିଆକୁ ନେଇ ଆଗକୁ ବଢ଼ିବାକୁ ଚାହାନ୍ତି ।