ଓଡ଼ିଶା365(ବ୍ୟୁରୋ): ରାସ୍ତାରେ ରେଡ୍ ୱାଇନ୍ ସୃଷ୍ଟି କଲା ନଦୀର ଭ୍ରମ । ଛୋଟିଆ ସହରର ଏକ ରାସ୍ତାରେ ନଦୀର ସ୍ରୋତ ଭଳି ବହୁଛି ନାଲି ମଦ । ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି। ନା ଆକାଶରୁ ବର୍ଷା ହେଉଛି ନା ପାହାଡ଼ ଫାଟି ଝରଣା ବୋହୁଛି ? କିଛି କୁଆଡୁ ନ ଘଟୁଥିଲେ ବି ରାସ୍ତାରେ ବୋହିଯାଉଛି ନାଲି ରଙ୍ଗର କିଛି ତରଳ ପଦାର୍ଥ । ହଠାତ୍ ପର୍ତ୍ତୁଗାଲର ସାଓ ଲୋରେଙ୍କୋ ଡି ବାଇରୋରେ ଏମିତି ଦୃଶ୍ୟ ଦେଖିବା ପରେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ ସ୍ଥାନୀୟ ଲୋକ । ତେବେ ହଠାତ୍ ରାତିରେ ରାସ୍ତା ଉପରେ ଏମିତି ମଦ କେଉଁଠୁ ଆସିଲା ତାହା ଜଣାପଡିନି ? ତେବେ ଲୋକମାନେ ପ୍ରଥମେ ନାଲି ରଙ୍ଗର ପାଣି ଭାବୁଥିଲେ ଲୋକେ, ମାତ୍ର ପରେ ଯେତେବେଳେ ଜାଣିଲେ କି ଏହା ପାଣି ନୁହେଁ ମଦ ସେତେବେଳେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ।
ଅନ୍ତର୍ଜାତୀୟ ଗଣମାଧ୍ୟମ ନ୍ୟୁୟର୍କ ପୋଷ୍ଟର ସୂଚନା ଅନୁସାରେ ଏକ ମଦ କାରଖାନା ନିକଟରେ ଥିବା ୨୦ ଲକ୍ଷ ଲିଟର ରେଡ୍ ୱାଇନ୍ ଭର୍ତ୍ତି ଏକ ଟ୍ୟାଙ୍କର କଣା ହୋଇଯିବାରୁ ଏପରି ଘଟିଛି । ଯାହ ଫଳରେ ରେଡ୍ ୱାଇନ୍ ସର୍ଟିମା ନଦୀ ଆଡ଼କୁ ବୋହି ଚାଲିଥିଲା । ଖବର ପାଇବା ପରେ ଅଗ୍ନିଶମବାହିନୀ ପହଞ୍ଚି ମଦର ଗତିପଥ ପରିବର୍ତ୍ତନ କରିବା ସହିତ ଏକ ପଡିଆରେ ତାହାକୁ ଗଚ୍ଛିତ କରି ରଖିଖିଲେ । ଘଟଣାରେ କ୍ଷେତର ମାଲିକଙ୍କୁ କ୍ଷତିପୂରଣ ଦିଆଯିବ ବୋଲି ମଦ କମ୍ପାନୀ ପକ୍ଷରୁ କୁହାଯାଇଛି।