ଓଡ଼ିଶା 365 (ବ୍ୟୁରୋ) : ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ବିରୋଧୀ ମେଣ୍ଟ ଉପରେ ବର୍ଷିଛନ୍ତି । ବିରୋଧୀଙ୍କୁ କଡ଼ା ସମାଲୋଚନା କରି ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବ ରାଜ ସିଂ ଚୌହାନ କହିଛନ୍ତି, ବିରୋଧୀ ମୋଣ୍ଟର ନା ନିତୀ ଗୋଟିଏ ନା ରିତି ଗୋଟିଏ, ନା ବିରୋଧୀଙ୍କ ବିଚାର ଗୋଟିଏ ନା ସିଦ୍ଧାନ୍ତ ଗୋଟିଏ । ବିରୋଧୀ କେବଳ କ୍ଷମତା ଲୋଭ ପାଇଁ ମେଣ୍ଟ କରିଛନ୍ତି । ସେମାନେ ଶାସନ ଅପେକ୍ଷା ନିଜ ସୁରକ୍ଷା କଥା ଅଧିକ ଭାବନ୍ତି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ମଧ୍ୟପ୍ରଦେଶ ଗସ୍ତରେ ଯାଇଥିଲେ । ମଧ୍ୟପ୍ରଦେଶରେ ପହଂଚି ରୋଡ ସୋ ମଧ୍ୟ କରିଥିଲେ ପ୍ରଧାନମନ୍ତ୍ରୀ ମୋଦି । ମୋଦି ବିରୋଧୀଙ୍କୁ ମଂଚ ଉପରୁ କଡ଼ା ଟାର୍ଗେଟ କରିଥିଲେ । କଂଗ୍ରେସ ସରକାର ସ୍କାମର ସମସ୍ତ ରେକର୍ଡ ଭାଙ୍ଗିଛନ୍ତି। ଛତିଶଗଡ଼ର କଂଗ୍ରେସ ସରକାର କଂଗ୍ରେସ ଦଳ ପାଇଁ ଏଟିଏମ ଭାବରେ କାର୍ଯ୍ୟ କରୁଛନ୍ତି ବୋଲି ପ୍ରଧାନମନ୍ତ୍ରୀ ମୋଦି କହିଥିଲେ। ଏହା ସହ ଗରିବଙ୍କ ପାଇଁ ଯୋଜନା କାର୍ଯ୍ୟକାରୀ କରିବାରେ କଂଗ୍ରେସ ପଛରେ ଥାଇପାରେ କିନ୍ତୁ ଦୁର୍ନୀତିରେ କଂଗ୍ରେସ ସରକାର ବହୁ ଆଗରେ ବୋଲି ମଧ୍ୟ ମୋଦି କହିଥିଲେ ।