ଓଡ଼ିଶା 365 (ବ୍ୟୁରୋ): ପୁଣି ସୁନ୍ଦରଗଡ଼ ଜିଲ୍ଲା ବଣେଇରେ ଉତ୍ପାତ ମଚାଇଛନ୍ତି ଦନ୍ତା। ଖାଦ୍ୟ ଅନ୍ୱେଷଣରେ ଆସି ଜନ ବସତି ମୁହାଁ ହୋଉଛନ୍ତି ହାତୀ । ଅନେକ ସମୟରେ ଧନ ନଷ୍ଟ କରୁଛି ଅନେକ ଜୀବନ ମଧ୍ୟ ଗଲାଣି । ଆଉ ଏବେ ଘରେ ପଶି କାନ୍ଥ ଭାଙ୍ଗି ଧାନଚାଉଳ ନଷ୍ଟ କରୁଛନ୍ତି। ଏମିତି ଉପଦ୍ରବର ଶୀକାର ରହୋଇଛନ୍ତି ବଣେଇ ଫରେଷ୍ଟ ରେଞ୍ଜ ଉପରପଡ଼ା ସହ କେନ୍ଦ୍ରିକେଲା ଗାଁ ଲୋକେ। ଉପରପଡ଼ା ଗାଁରେ ପଶି ଘରର ମାଟି କାନ୍ଥ ଭାଙ୍ଗି ଘର ଭିତରୁ ଚାଉଳ ନେଇ ଖାଇବା ସହ ନଷ୍ଟ କରିଛି ଘରେ ଥିବା ଆସବା ପତ୍ର । ଲୋକେ ଘର ଭିତରେ ଶୋଇଥିଲେ ହାତୀକୁ ଦେଖି ଭୟରେ ଜୀବନ ବଞ୍ଚାଇବାକୁ ଯାଇ ଝରକା ଡ଼େଇଁ ପଳାଇଥିଲେ ।
ସେହିପରି କେନ୍ଦ୍ରିକେଲା ଗାଁରେ ଘର କାନ୍ଥ ଭାଙ୍ଗିଛନ୍ତି ହାତୀ। ଘର ଭିତରେ ଶୋଇଥିବା ଲୋକଙ୍କ ଉପରେ ମାଟି କାନ୍ଥ ପଢ଼ିଯିବାରୁ ଗାଁ ଲୋକେ ଉଦ୍ଧାର କରିଥିଲେ । ହେଲେ ହାତୀଙ୍କ ଏଭଳି ଉତ୍ପାତ ସତ୍ତ୍ୱେ ବି ନିରବଦ୍ରଷ୍ଟା ସାଜିଛି ବନ ବିଭାଗ । କେବଳ ଦୁଇ ଗୋଠ ଛଡା ହାତୀଙ୍କୁ ଘଉଡାଇ ନିଜ କାମ ସାରି ଦେଉଛି ବନ ବିଭାଗ। ଯାହାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ସ୍ଥାନୀୟ ଲୋକେ।