ଓଡ଼ିଶା 365 (ବ୍ୟୁରୋ) : ଦିଲ୍ଲୀ-ଏନ୍ସିଆର୍ ଅଞ୍ଚଳରେ ବିକ୍ରି ହେବ ନାହିଁ ବାଣ । ଏନେଇ ଦିଲ୍ଲୀ ପୁଲିସକୁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମ କୋର୍ଟ । ଦିଲ୍ଲୀ-ଏନ୍ସିଆର୍ ଅଞ୍ଚଳରେ ବିକ୍ରି ନ କରିବା ପାଇଁ ଏବଂ ଅସ୍ଥାୟୀ ଲାଇସେନ୍ସ ଇସ୍ୟୁ ନ କରିବାକୁ ସର୍ବୋଚ୍ଚ ଅଦାଲତ ଦିଲ୍ଲୀ ପୋଲିସକୁ ନିର୍ଦ୍ଦେଶ ଦେଇଛନ୍ତି। ପ୍ରଦୂଷଣ ସ୍ତରକୁ କମାଇବା ପାଇଁ ବାଣ ଉପରେ ନିଷେଧାଦେଶ ଜାରି କରିବା ଲାଗି ସୁପ୍ରିମକୋର୍ଟ ଏକ ଆବେଦନ ହୋଇଥିଲା । ମାମଲାରେ ଶୁଣାଣି କରି ସୁପ୍ରିମକୋର୍ଟ ଗୁରୁବାର ରାୟ ସଂରକ୍ଷିତ ରଖିଛନ୍ତି। ରାଜଧାନୀ ସହରରେ ବାଣ ବିକ୍ରି ଲାଗି ପ୍ରଦୂଷଣ ନିୟନ୍ତ୍ରଣ ପାଇଁ ସରକାର କ’ଣ ସବୁ ପଦକ୍ଷେପ ନେଇଛନ୍ତି ଏବଂ ଅଧିକ ନିର୍ଦ୍ଦେଶ ଦିଆଯିବାର ଆବଶ୍ୟକତା ରହିଛି କି ନାହିଁ ତାହା ଅନୁଧ୍ୟାନ କରି ଦେଖିବେ ବୋଲି ଜଷ୍ଟିସ ଏ.ଏସ୍. ବୋପନ୍ନା ଏବଂ ଏମ୍.ଏମ୍. ସୁନ୍ଦ୍ରେଶଙ୍କ ଖଣ୍ଡପୀଠ କହିଛନ୍ତି।